ପ୍ରମୂଖ ଖବର
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ମା’ ମୃତ, ଝିଅ ଗୁରୁତର

କଳାହାଣ୍ଡି, ୩୦।୬: ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଚିକିତ୍ସାଧୀନ ଅବସ୍ଥାରେ ମା’ ମୃତ ଝିଅ ଗୁରୁତର । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ରଣପୁର ଗାଁରେ ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ୩୯ ବର୍ଷୀୟ ଜେମାଦେଇ ଓ ତାଙ୍କ ୯ ବର୍ଷର ଝିଅ ଦିବ୍ୟା ମାଝୀ ପାହାଡ଼ ଉପରେ ଥିବା ନିଜ ଚାଷଜମିକୁ ଯାଇଥିବା ବେଳେ ସେଠାରେ ସେମାନେ ଗୁଳିକାଣ୍ଡର ଶିକାର ହେଇଥିଲେ । 

ପ୍ରଥମେ ତାଙ୍କୁ ଗାଁ ବୈଦ୍ୟଙ୍କ ପାଖରେ ଚେରମୂଳି ଔଷଧ ଦିଆଯାଇଥିବା ବେଳେ ରକ୍ତଶ୍ରାବ ବନ୍ଦ ନ ହେବାରୁ ତାଙ୍କୁ ବିଳମ୍ବିତ ରାତିରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ରବିବାର ସକାଳୁ ଜେମାଦେଇଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଦିବ୍ୟା ଗୁରୁତର ଥିବା ଜଣାପଡ଼ିଛି । ତେବେ ଏଭଳି ଗୁଳିକାଣ୍ଡ କିଏ ଘଟାଇଛି ତାହା ଏଯାଏଁ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ କର୍ଲାପାଟ ପୋଲିସର ତଦନ୍ତ ଜାରି ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.