ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ରଥଯାତ୍ରା ପୂର୍ବରୁ ସରିବନି ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତୀକରଣ, ୧୦୦ କୋଟି ବ୍ୟୟରେ ଚାଲିଛି ସୌନ୍ଦର୍ଯ୍ୟକରଣ

ପୁରୀ, ୨୮/୦୬: ରଥଯାତ୍ରା ପୂର୍ବରୁ ସରିପାରିବନି ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତୀକରଣ କାମ । ଶ୍ରୀମନ୍ଦିର ପ୍ରଶାସନ ଓ ଓବିସିସି ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଏକକାଳୀନ ଉନ୍ନତୀକରଣ କାମ ହେଉଛି । ମାତ୍ର ଉଭୟ ବିଭାଗ ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ  ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାମ ସାରିବାରେ ଫେଲ ମାରିଛନ୍ତି । 

ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ରଥଯାତ୍ରାକୁ ଆଉମାତ୍ର ୯ ଦିନ ରହି  ଯାଇଥିବା ବେଳେ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ରଙ୍ଗକାମ ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଓ  ନାକଚଣା ଗୁମୁଟକୁ ରଙ୍ଗ କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଖଣ୍ଡୋଲାଇଟ୍‌ ବିଛାଇବା କାମ ହେଉଛି । ସେହିପରି ମୁଖ୍ୟ ମନ୍ଦିର, ଆନନ୍ଦ ବଜାର, ରୋଷଶାଳା ପ୍ରଭୃତିର ଛୋଟମୋଟ କାମ ଚାଲିଛି । ନାକଚଣା ଦ୍ୱାରରେ ପୂର୍ବରୁ ହୋଇଥିବା  କଂକ୍ରିଟ ନିର୍ମାଣକୁ ଖୋଳି ବାହାର କରାଯିବା ସହ  ଏହି ସ୍ଥାନରେ ଖଣ୍ଡେ ଲାଇଟ୍‌ ବିଛା ଯାଉଛି । 

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ  କୁମାର ଜେନା କହିଛନ୍ତି, ଉନ୍ନତୀକରଣ କାମରେ ଶେଷସ୍ପର୍ଶ ଦିଆଯାଉଛି । ଏହାଭିତରେ ଅନେକ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତୀକରଣରେ ପ୍ରାୟ ୧୦୦ କୋଟି  ଟଙ୍କା ଖର୍ଚ୍ଚ ହେଉଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ସମସ୍ତ ଜିନିଷ ବାହାର କରି ଏବେ ସଫେଇ କରାଯାଉଛି । 

ଓବିସିସି ଏମ୍‌ଡି ସୁନ୍ଦରମାଧବ ପାଢ଼ି  କହିଛନ୍ତି, ଶ୍ରୀଗୁଣ୍ଡିଚାମନ୍ଦିର ଓ ପ୍ରମୋଦ ଉଦ୍ୟାନ  ଉନ୍ନତୀକରଣ ନିମନ୍ତେ ୯୦ କୋଟି ଟଙ୍କା ଅନୁମୋଦନ  ହୋଇଛି । ଭୋଗମଣ୍ଡପ, ରୋଷଶାଳା, ପନିପରିବା  କଟା ଯାଉଥିବା ସ୍ଥାନ ପ୍ରଭୃତିର ଉନ୍ନତୀକରଣ  ବାକି ରହିଛି । ସେହିପରି କେତେକ ସ୍ଥାନର  ସୌନ୍ଦର୍ଯ୍ୟକରଣ କାମ କରାଯିବା ମଧ୍ୟ ବାକି ରହିଛି ।  ଅନେକ କାମ ସରିଛି ଓ କିଛି କାମ ହେବା ବାକି  ରହିଛି । ରଥଯାତ୍ରା ପରେ ପୁଣି କାମ ଆରମ୍ଭ ହେବ ।  

ସୂଚନା ଥାଉକି, ଶ୍ରୀଗୁଣ୍ଡିଚା ମନ୍ଦିର କରୋନା  ମହାମାରୀ ପରଠାରୁ ଶ୍ରଦ୍ଧାଳୁଙ୍କ ପରିଦର୍ଶନ ନିମନ୍ତେ  ବନ୍ଦ ରହିଛି । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପରେ ଏଠାରେ କେଉଁ ଉନ୍ନତୀକରଣ କାମ ହୋଇଛି  ତାହା ସ୍ପଷ୍ଟ ହେବ । ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର  ଭିତରେ ଥିବା ସମସ୍ତ ଅର୍ପଣ ରଥ ଚାଉଳ,  ଚାରମାଳ ପ୍ରଭୃତିକୁ ବାହାର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.