ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ରଥଖଳା ହାଲ୍‌ଚାଲ୍‌.. ଦୁଆର ଘଡ଼ା, କଳସ ପିଣ୍ଡି ତିଆରି ଆରମ୍ଭ, ଆଗକୁ ରଥରେ ପାରାଭାଡି କାର୍ଯ୍ୟ

ପୁରୀ, ୨୭/୦୬: ବଡ଼ଦାଣ୍ଡରେ ପ୍ରସ୍ତୁତ ହେଲାଣି ଶ୍ରୀବିଗ୍ରହଙ୍କ ତିନି ରଥ । ସମୟ ଥାଇ ରଥ ନିର୍ମାଣ ସାରିବାକୁ ଲାଗିଛନ୍ତି ନିର୍ମାଣକାରୀ। ବୁଧବାର ରଥରେ ଅନ୍ଧାରି ତାଗ ଓ କଇଁଚି କାମ ହୋଇଛି । ଏହା ତିନି ଭୂଇଁକୁ ସେଟିଂ କରିବା କାର୍ଯ୍ୟ । ଏପଟେ ରଥ ଖଳାରେ ଦୁଆର ଘଡ଼ାର ମଗର ଓ କଳସ ପିଣ୍ଡି  କାର୍ଯ୍ୟ ଆରମ୍ଭ ହୋଇଛି। ପୋଟଳର ଶେଷ ପରସ୍ତ ଖପୁରୀ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଆଗକୁ ରଥରେ ପାରାଭାଡି ସହ ସମସ୍ତ ପୋଟଳ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି ନିର୍ମାଣକାରୀ ।  

ରଥରେ ଅନ୍ଧାରି ତାଗ ଓ  କଇଁଚି କାର୍ଯ୍ୟ ଚାଲିଛି। ତିନି ଭୂଇଁକୁ  ଏହା ମଜଭୁତ କରେ । କଇଁଚିରେ  ୮/୨ ସାଇଜର କାଠ ‘ଅନ୍ଧାରି  ତାଗ’ ଦୁଇଟି ଖାପ କରାଯାଇ ସେଟିଙ୍ଗ କରାଯାଇଛି । ଏହା  ରଥର ବାନେ୍ଧଣୀ । କଇଁଚି ସହ  ଭୂଇଁ ଶେଣୀ, ଭୂଇଁ ଖମ୍ବୀ ଓ ପାଖୁଡ଼ାକୁ  ବାନ୍ଧି ରଖିବାରେ ସହାୟକ। କଇଁଚି  ଲାଗିବା ଦ୍ୱାରା ରଥ ଆଉ ଝାଙ୍କି ନଥାଏ । ଏଥିସହ ରଥଗୁଡିକ ଅଧିକ ମଜଭୁତ ହୋଇଥାଏ । ରଥରେ କଇଁଚି ଲାଗିବାରେ ବିଶ୍ୱକର୍ମାଙ୍କୁ ଭୋଇ ସେବକ ଓ କମାର  ସେବକମାନେ ସାହାଯ୍ୟ କରିଥାନ୍ତି । ଗୟଳ ଉପରେ ତାଗ ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚି ସେଥିରେ ପଟା ବାଡ଼ିଆ ଆରମ୍ଭ  ହୋଇଛି । ରଥ ଅମିନଙ୍କ ପରାମର୍ଶକ୍ରମେ କଳସ ତିଆରି ପାଇଁ ଶିମିଳି କାଠ ହାଣି ଯୋଗାଇଥିଲେ କରତି ସେବକ । ସେହି  କାଠରେ କଳସ ତିଆରି ଆରମ୍ଭ କରିଛନ୍ତି  ବିଶ୍ୱକର୍ମା । କଳସ ପିଣ୍ଡି ତିଆରି ହେଉଛି । 

 

ରଥଖଳାରେ ପୋଟଳ ପ୍ରସ୍ତୁତ ହୋଇ ରହିଛି । ରଥରେ ୧୩ ପରସ୍ତ  ପୋଟଳ ଲାଗେ । ବଡ଼ପୋଟଳ ଲାଗିସାରିଛି ରଥରେ। ଶେଷ ପରସ୍ତ  ପୋଟଳର ନାମ ଖପୁରୀ  ଓ ଏହା ଚକ୍ରାକାର । ଖପୁରୀ ବସିଲେ ତା’  ଉପରେ ରହିବ ରଥ କଳସା ଖପୁରୀ ମଝିକୁ କାଟି ଏଥିରେ ଦାଣ୍ଡିଆ ଲାଗିଲେ କଳସ ବସିବ ବୋଲି ବିଶ୍ୱକର୍ମାମାନେ କହିଛନ୍ତି । ପ୍ରତି ରଥରେ ଚାରିଟି ଲେଖାଏଁ ଦୁଆର ଘଡ଼ା ତିଆରି ହେବ। ଦୁଆର ଘଡ଼ା କାମ ସରିଲେ ଚିତ୍ରକରମାନେ ଏଥିରେ ରଙ୍ଗ କରିବେ । ରୂପକାର ସେବକମାନେ ରଥ ଖଳାରେ ନାଟଗୋଡ଼ରେ ଖୋଦେଇ କରୁଛନ୍ତି। ଚିତ୍ରକରମାନେ ପାଶ୍ୱର୍ଦେବାଦେବୀଙ୍କ ସହ ରଥର ବିଭିନ୍ନ ଅଂଶ ରଙ୍ଗ କରୁଛନ୍ତି । ଦୋଳବେଦି ଅସ୍ଥାୟୀ କମାର ଶାଳରେ  କମାର ସେବକମାନେ ବିଭିନ୍ନ କଣ୍ଟା ସହ  କ୍ଲାମ୍ପ ଆଦି ପ୍ରସ୍ତୁତ କରୁଛନ୍ତି ।

  • PrameyaOdia
  • prameya
  • puri
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.