ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌

ସମ୍ବଲପୁର, ୨୯/୦୬: ଦୀର୍ଘ ବର୍ଷ ପରେ ଏଥର ହୀରାକୁଦ  ଜଳଭଣ୍ଡାରରେ ବଳକା ପାଣି ରହି ଆସିଥିଲା । ମୌସୁମୀର  ଆଗମନ ସତ୍ତେ୍ୱ ବର୍ଷା ଉଭାନ  ମାରିଥିବାରୁ ଏହା ଏବେ ନିଅଣ୍ଟିଆ  ସ୍ଥିତିକୁ ଚାଲିଆସିଛି । ବର୍ତ୍ତମାନ  ଜଳଭଣ୍ଡାରରେ ଗତବର୍ଷଠାରୁ ୭  ଫୁଟ୍‌ ପାଣି କମ୍‌ ରହିଛି। ତେବେ  ଉପରମୁଣ୍ଡରେ ମଧ୍ୟମ ଧରଣର ବର୍ଷା ହେବା ପରେ  କଲମା ଗତକାଲି ସୁଦ୍ଧା ୨୦ଟି ଗେଟ୍‌ ଖୋଲି ଦେଇଛି ।  ଫଳରେ ଆସନ୍ତାକାଲିଠାରୁ ଜଳଭଣ୍ଡାରକୁ ଜଳପ୍ରବେଶର ମାତ୍ରା କିଛିଟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।  

ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ଶୁକ୍ରବାର  ୬୦୦.୦୨ ଫୁଟ୍‌ ରହିଛି । ଗତବର୍ଷ ଆଜିର ଦିନ (ଜୁନ୍‌  ୨୮)ରେ ଏହା ୬୦୭.୫୨ ଫୁଟ୍‌ ରହିଥିଲା । ଗୁରୁତ୍ୱପୂର୍ଣ୍ଣ  କଥା ହେଉଛି, ଚଳିତମାସ ପ୍ରଥମ ସପ୍ତାହ ସୁଦ୍ଧା ସ୍ଥିତି  ସମ୍ପୂର୍ଣ୍ଣ ଓଲଟା ଥିଲା । ଗତବର୍ଷଠାରୁ କ୍ରମାଗତ ଭାବେ ୩ରୁ  ୫ ଫୁଟ୍‌ ପାଣି ଅଧିକ ରହି ଆସିଥିଲା । କିନ୍ତୁ ଓଡ଼ିଶାରୁ  ଛତିଶଗଡ଼ ଯାଏ ମୌସୁମୀ ଆସିବା ପରେ ବି ଅଦ୍ୟାବଧି  ଆଖିଦୃଶିଆ ବର୍ଷା ହୋଇନାହିଁ । କାଁ ଭାଁ ଅସରାଏ ବର୍ଷା  ହୀରାକୁଦର ଜଳପତ୍ତନ ବୃଦ୍ଧିରେ କାଣିଚାଏ ବି ସହାୟକ  ହୋଇପାରୁନାହିଁ । 

ସେପଟେ ଅବିରତ ଭାବେ ଗତ ୧୯  ତାରିଖ ଯାଏ ହୀରାକୁଦ ଜଳଭଣ୍ଡାରରୁ ୧୮ ହଜାରରୁ  ଉଦ୍ଧ୍ୱର୍ କ୍ୟୁସେକ୍‌ ପାଣି ଟାଣୁଥିଲା ପାୱାର୍‌ ହାଉସ୍‌ । ଯଦ୍ୱାରା  ଜଳସ୍ତର ଦ୍ରୁତ ଗତିରେ ଖସିବା ଆରମ୍ଭ କରିଥିଲା । ଆଉ  ଶୁକ୍ରବାର ଗତବର୍ଷଠାରୁ ୭ ଫୁଟ୍‌ ପାଣି କମି ଗଲାଣି । ନିଅଣ୍ଟିଆ ବର୍ଷା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା  ନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ପ୍ରକାଶ  କରିଛନ୍ତି ।  

ସେପଟେ ଆଗୁଆ ମୌସୁମୀ ପୂର୍ବାନୁମାନକୁ ଦେଖି  ଛତିଶଗଡ଼ କର୍ତ୍ତୃପକ୍ଷ ଏବର୍ଷ ନିର୍ଦ୍ଧାରିତ ସମୟର ୧୬ ଦିନ ପୂର୍ବରୁ କଲମାର ଗେଟ୍‌ ଖୋଲିବା ଆରମ୍ଭ କରିଥିଲେ । ୧ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ୮ ତାରିଖ ସୁଦ୍ଧା ୯ଟି  ଗେଟ୍‌ ଖୋଲି ଦେଇଥିଲେ କର୍ତ୍ତୃପକ୍ଷ । ହେଲେ ବର୍ଷାର  ଦେଖା ନ ମିଳିବାରୁ ଗତ ୨୦ ତାରିଖରେ ଗୋଟିଏ  ଗେଟ୍‌ ଛାଡି ଅନ୍ୟ ସବୁ ଗେଟ୍‌ ବନ୍ଦ କରି ଦେଇଥିଲେ ।  କିନ୍ତୁ ଗତକାଲି ୨୦ଟି ଗେଟ୍‌କୁ ଗୋଟିଏ ଫୁଟ୍‌ ଲେଖାଏଁ  ଖୋଲାଯାଇଥିବା ନେଇ ଇଂ. ସାହୁ ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • hirakud update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.