ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବିଷାକ୍ତ ଛତୁ ଖାଇ ୩ଟି ପରିବାରର ୧୧ ଜଣ ଅସୁସ୍ଥ

ଭଞ୍ଜନଗର,୩୦/୬ ବିଷାକ୍ତ ଛତୁ ଖାଇ ୩ ଟି ପରିବାରର ୧୧ ଜଣ ଅସୁସ୍ଥ ହୋଇ ପଡିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମିଳିଥିବା ସୂଚନା ପ୍ରକାରେ ଗଞ୍ଜାମ -କନ୍ଧମାଳ ଜିଲ୍ଲା ସୀମାନ୍ତବର୍ତ୍ତୀ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ବଡ ବାରବା ପଞ୍ଚାୟତର ପାତିଗୁଡା ଗ୍ରାମରେ ରବିବାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଭଜମନ ନାୟକ, କୋରା ନାୟକ ଓ ତ୍ରୟୋନାଥ ନାୟକଙ୍କ ପରିବାରର ୧୧ ଜଣ ଏହି ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗଞ୍ଜାମ ଜିଲ୍ଲା ସୀମାର ଡହ ରାସ୍ତା ଦେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ରବିବାର ସକାଳୁ ପାତିଗୁଡା ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲ ରୁ ଛତୁ ଆଣି ଘରେ ରୋଷେଇ କରିଥିଲେ । ମଧ୍ୟାହ୍ନରେ ଭୋଜନ ପରେ ଗାଁ ର ଭଜମନ ନାୟକ,କୋରା ନାଇକ ଓ ତ୍ରୟୋନାଥ ନାୟକଙ୍କ ପରିବାରର ପବିତ୍ର ନାୟକ(୭), ହରପ୍ରିୟା ନାଇକ(୧୨), ଆଦର୍ଶ ନାୟକ(୮), ରାନି ନାୟକ(୨), କାମିନି ନାୟକ(୨୨), ଇନ୍ଦ୍ରା ନାଇକ(୪୫), କୁନ୍ଦନ ନାୟକ(୫୬), ସନ୍ଧ୍ୟା ନାଇକ(୧୧), ସୁଦାମ ନାୟକ(୧୦), ଜହନ ନାୟକ(୮), କାଜଲ ନାୟକ(୧୭) ଅସୁସ୍ଥ ହୋଇ ପଡିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ୭ ଜଣ ଘରକୁ ଫେରିଥିବା ବେଳେ ଏବେବି କାମିନି, ସନ୍ଧ୍ୟା, କାଜଲ ଓ କୁନ୍ଦନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.