ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଜୁଲାଇ ୨ରେ ଚୂଡ଼ାନ୍ତ ରଥଯାତ୍ରା ସମନ୍ୱୟ କମିଟି ବୈଠକ, ଟାଉନ୍‌ ହଲ୍‌ରେ ଘୋଷଯାତ୍ରା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ,୦୧/୦୭: ରଥଯାତ୍ରାର ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨ ତାରିଖ ଦିନ ଟାଉନ୍‌ ହଲ୍‌ଠାରେ ହେବ । ପୂର୍ବାହ୍ନ ୧୧ଟା ୧୫ମିନିଟ୍‌ରେ ଏହି ବୈଠକ ବସିବ । ଏନେଇ ପ୍ରଶାସନ ପକ୍ଷରୁ  ସୂଚିତ କରାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର  ବହୁ ମନ୍ତ୍ରୀ ଓ ସଚିବଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେବାର  କାର୍ଯ୍ୟକ୍ରମ ରହିଛି । ପୁରୀ ସହରର ରାସ୍ତା, ସଫେଇ, ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ  ଅବସ୍ଥାରେ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ବୈଠକରେ  ଉପସ୍ଥିତ ବୁଦ୍ଧିଜୀବୀ, ସେବାୟତ, ସାମ୍ବାଦିକଙ୍କ ମତାମତକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ବସିଥିବା ଗତ ରଥଯାତ୍ରା ସମନ୍ୱୟ ବୈଠକରେ ପ୍ରଶାସନିକ ଅବ୍ୟବସ୍ଥାର ଅନେକ  ଅଭିଯୋଗ ଆସିଥିଲା । ସମସ୍ତ ବିଭାଗ ନିଜର କାର୍ଯ୍ୟ ପହିଲା ସୁଦ୍ଧା ଶେଷ  କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା  ତଥା ସମନ୍ୱୟ କମିଟି ବୈଠକ ବେଶ ଗୁରୁତ୍ୱ ବହନ କରିବ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.