ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ

ପୁରୀ,୦୧/୦୭: ଦଇତାପତି ସେବକଙ୍କ ନିଷ୍ଠାପର ସେବାଯତ୍ନରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ । ସୋମବାର ଦଶମୀ ତିଥି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଅଣସର ପିଣ୍ଡିରେ ଠାକୁରଙ୍କୁ ଚକା ଉପରେ ବିଜେ କରାଯିବ । ଜାଗ୍ରତ ଅବସ୍ଥାକୁ ଆସିବେ ଦାରୁଦିଅଁ । ଦଇତାପତିମାନେ ଗୋଷ୍ଠୀଗତ ଭାବେ ଏହି ସେବା  କରିବେ । ରାଜବୈଦଙ୍କଦ୍ୱାରା ପ୍ରସ୍ତୁତ ଦଶମୂଳ ମହୋଷଧି  ଶ୍ରୀମନ୍ଦିରରେ ପହଞ୍ଚିବ । ଏହାକୁ ସେବନ କଲାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ । ସ୍ନାନ ପୂର୍ଣ୍ଣିମାରେ  ୧୦୮ ଗରା ସୁନା କୂଅ ଜଳ ସ୍ନାନ ପରେ ଦାରୁବିଗ୍ରହ  ଜ୍ୱରରେ ପୀଡ଼ିତ ହେଲେ । ପଞ୍ଚମୀରେ ଫୁଲୁରି ତେଲ  ଲାଗି ହୋଇ ଉପଶମ ଲଭିଲେ । ପରେ ଷଷ୍ଠୀଠାରୁ ନବମୀ  ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥିଲା । ଦଶମୂଳ  ମହୌଷଧି ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହେବେ ଠାକୁରେ ।

  • PrameyaOdia
  • prameya
  • puri news
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.