ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ରଥଖଳା ହାଲ୍‌ଚାଲ୍‌... ଚାଲିଛି କଳସ, ପ୍ରଭା ଓ ଦୁଆରଘଡ଼ା କାମ

ପୁରୀ,୨୯/୦୬: ବେଶ୍‌ ତତ୍ପରତାରେ  ଚାଲିଛି ରଥ ନିର୍ମାଣ । ରଥ ଖଳାରେ କଳସ, ପ୍ରଭା ଓ ଦୁଆରଘଡ଼ା ଆଦି କାର୍ଯ୍ୟ ଜାରି ରହିଛି । ଏପଟେ ରଥକୁ ଜଗତପୃଷ୍ଠ ଶେଣୀ ଉଠାଇବା ସହ ରଥରେ ପଟା ବାଡ଼ିଆ ଚାଲିଛି । ରଥ ଅଗ୍ରଭାଗର ମୁଖ୍ୟ ଅଂଶ ହେଉଛି ‘କଳସ’ । କଳସର ବିଭିନ୍ନ ଅଂଶକୁ ଅଲଗା ଅଲଗା ତିଆରି କରାଯାଉଛି । ୨ଟି ଲେଖା ଦୁଆରଘଡ଼ା କାମ ହୋଇ ରଥକୁ ଡ଼େରା ଯାଇଥିବା ସ୍ଥଳେ ଆଉ ୨ଟି  ଲେଖା କାର୍ଯ୍ୟ ଶେଷ ହେବା ଉପରେ ।

କଳସ ମୁଖ୍ୟତଃ ହାଲୁକା ତଥା କଞ୍ଚା  କାଠରେ ତିଆରି କରାଯାଏ । ପ୍ରଥମେ କଳସର  ପିଣ୍ଡି ତିଆରି ସରିଲା । ଏବେ ପାଖୁଡ଼ା କାର୍ଯ୍ୟ  ଶେଷ ପର୍ଯ୍ୟାୟରେ । ରଥ କଳସରେ ୩୨  ଗୋଟି ପାଖୁଡ଼ା ଲାଗେ । ନିମ୍ନ ତୁମ୍ୱରେ ୧୬ଟି  ବିନ୍ଧ କରାଯାଏ । ସେଥିରେ ୧୬ଟି ପାଖୁଡା  ବସିବ । ତା’ଉପରେ ଚକା ଲାଗି ପୁଣି ୧୬ଟି  ପାଖୁଡା ଲାଗିବ । ତାହା ଉପରେ ରହିବ ତୁମ୍ୱ  ଓ ଡାଙ୍ଗିଆ । ବିଶ୍ୱକର୍ମାଙ୍କ କଳସ ନିର୍ମାଣ ସରିଲେ ସେଥିରେ ଆଲୁମିନିୟମ୍‌ ଚାଦର ବୁଲିବ  ।  ଚିତ୍ରକର ସେବକ ସେଥିରେ ରଙ୍ଗ ସାରିଲେ  ରଥରେ ସ୍ଥାପନ ହେବ । କାଠ କଳସ ଉପରେ  ଅଂଳାଶ୍ରୀ ଲାଗି ପିତ୍ତଳ କଳସ ଲାଗିବ ।

ଶୁକ୍ରବାର ରଥରେ ଜଗତପୃଷ୍ଠ ଶେଣୀ  ଉଠାଯାଇଛି । ରଥ ପୋଖରିଆରେ ପଡ଼ିଛି ପାଞ୍ଚ  ଶେଣୀ । ସିଂହାସନ ରହିବ ଶେଣୀ ଉପରେ । ରଥର ପ୍ରଭା କାମ ଆରମ୍ଭ ହୋଇଛି । ପ୍ରଭା  ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ  ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ଆଗକୁ ରଥରେ କନକମୁଣ୍ଡି କାମ ହେବ । ଦୋଳବେଦି  ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ  ତିନି ରଥର ୧୦ଟି ଲେଖାଏଁ ଗୁଣ୍ଠି କଣ୍ଟା, କଳସ  କଣ୍ଟା ଆଦି ଲୌହ ସାମଗ୍ରୀ ତିଆରୁଛନ୍ତି ।  ଚିତ୍ରକର ସେବକମାନେ ପାଶ୍ୱର୍ ଦେବାଦେବୀ,  ଓଲଟ ଶୁଆ ଆଦି ରଙ୍ଗ କରୁଛନ୍ତି । ଦର୍ଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଥ  ମଣ୍ଡଣୀ ପାଇଁ କନା ସିଲାଇରେ ଲାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.