ବ୍ରହ୍ମପୁର, ୨୯/୦୬ : ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଲେ ୪ ଡକାୟତ। ପାଟ୍ରୋଲିଂ କରୁଥିବା ବେଳେ ଏହି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବୈଦ୍ୟନାଥପୁର ପୋଲିସ। ତେବେ ଡକାୟତ ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ପୋଲିସ ସେମାନଙ୍କୁ ଖୋଜୁଛି।
ସୂଚନାନୁଯାୟୀ, ବୈଦ୍ୟନାଥପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଡକାୟତି ଯୋଜନା କରୁଥିବା ବେଳେ ଗ୍ୟାଙ୍ଗର ୪ ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସକୁ ଦେଖି ଅନ୍ୟ କେତେଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କ ନିକଟରୁ ୫ଟି ଜୀବନ୍ତ ବୋମା, ଗୋଟିଏ ଦେଶୀ ପିସ୍ତଲ, ୪ଟି ଖଣ୍ଡା, ଦୁଇଟି କାତି, ତିନୋଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏମାନେ ଜଣେ ବ୍ୟବସାୟୀଙ୍କୁ ଦାଦାବାଟି ଦେବାକୁ ଧମକ ଦେଇଥିଲେ। ଏନେଇ ବ୍ରହ୍ମପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।
.