ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଶିକ୍ଷକଙ୍କୁ ମୋହନା ବିଇଓଙ୍କ ତାଗିଦ୍‌, ବାଇକ୍‌ ଚଳାଇବା ସମୟରେ ହେଲ୍‌ମେଟ୍ ନପିନ୍ଧିଲେ ବନ୍ଦ ହେବ ଦରମା

ମୋହନା,୨୯/୦୬: ସଡ଼କ ସୁରକ୍ଷା ଜୀବନ ରକ୍ଷା । ବାଇକ୍‌ ଚଳାଇବା ବେଳେ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ସରକାରଙ୍କ ଏହି ମହତ କାର୍ଯ୍ୟକୁ ସାକାର କରିବା ପାଇଁ ନିଆରା ପଦକ୍ଷେପ ନେଇଛନ୍ତି ଗଜପତି ଜିଲ୍ଲା ମୋହନା  ବ୍ଲକ୍‌ ଶିକ୍ଷାଧିକାରୀ (ବିଇଓ) ନରେନ୍ଦ୍ର ବେହେରା । ବାଇକ୍‌ ଚଳାଇବା ସମୟରେ  ହେଲ୍‌ମେଟ୍‌ ପିନ୍ଧିବାକୁ ଶିକ୍ଷକମାନଙ୍କୁ କଡ଼ା ତାଗିଦ୍‌ କରିଛନ୍ତି । ହେଲ୍‌ମେଟ୍‌ ନାହିଁ ତ  ଦରମା ନାହିଁ ବୋଲି ବିଇଓ କହିଛନ୍ତି । ଏନେଇ ଗତ ୨୭ ତାରିଖ ମୋହନା ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚିଠି କରିଛନ୍ତି । 

ବିଇଓଙ୍କ ସୂଚନା ଅନୁଯାୟୀ, ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ଦ୍ଦେଶକୁ  ଅବମାନନା କରି ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇବା ନଜରରେ ଆସନ୍ତି, ତାଙ୍କ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିକ୍ଷକମାନେ ହେଲ୍‌ମେଟ୍‌ ପିନ୍ଧୁଛନ୍ତି କି  ନାହିଁ ସିଆର୍‌ସିସି, ବିଇଓ ଓ ଏବିଇଓ ନଜର ରଖିବେ । ବିନା ହେଲ୍‌ମେଟ୍‌ରେ ଶିକ୍ଷକ  ଗାଡ଼ି ଚଳାଉଥିଲେ ସେମାନଙ୍କ ଫଟୋ ଉତ୍ତୋଳନ କରାଯିବ ବୋଲି କୁହାଯାଇଛି । ଏଥିରେ ଖିଲାପ କଲେ ସମ୍ପୃକ୍ତ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ ପାଇଁ  ପଦକ୍ଷେପ ନିଆଯିବ ବୋଲି ବିଇଓ କହିଛନ୍ତି ।  

ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀ ବାଇକ୍‌ରେ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି ।  ଏଥିସହ ବିଭିନ୍ନ କାମରେ ମଧ୍ୟ ଦୂରଦୂରାନ୍ତରକୁ ବାଇକ୍‌ରେ ଯାଉଥିବା ବେଳେ  ହେଲ୍‌ମେଟ୍‌ ବ୍ୟବହାର କରୁ ନଥିବା ଦେଖାଯାଉଛି । କିଛିବର୍ଷ ମଧ୍ୟରେ ବାଇକ୍‌  ଦୁର୍ଘଟଣାରେ ଅନେକ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ନଜିର୍‌ ରହିଛି । ତେଣୁ ଶିକ୍ଷକମାନେ  ସବୁବେଳେ ହେଲ୍‌ମେଟ ପିନ୍ଧି ବାଇକ୍‌ ଚଳାଇବାକୁ ବୈଠକରେ ଆଲୋଚନା  ହୋଇଥାଏ । ଏହା କାର୍ଯ୍ୟକାରୀ ହୋଇ ନାହିଁ କିମ୍ବା ଏଥିପାଇଁ କୌଣସି ପଦକ୍ଷେପ  ମଧ୍ୟ ନିଆଯାଇ ନ ଥିଲା । ତେଣୁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ ଏଭଳି  ନିର୍ଦ୍ଦେଶ ଦେଇଥିବା ମୋହନା ବିଇଓ ନରେନ୍ଦ୍ର ବେହେରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.