ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ନଦୀରେ ପଡି ଘୋଡାର ମୃତ୍ୟୁ , ପେଟ ପାଟଣା ଚିନ୍ତାରେ ଯୁବକ

ଅସ୍ତରଙ୍ଗ ୨୭।୦୬: ଅସ୍ତରଙ୍ଗ ବ୍ଲକ ନିକଟସ୍ତ ଝାଡ଼ଲିଙ୍ଗ ଗ୍ରାମରେ ଘୋଡା ଗାଡ଼ି ଦେବୀ ନଦୀବନ୍ଧରେ ବୁଲି ନ ପାରିବାରୁ ନଦୀରେ ପଡିଯିବାରୁ ଏକ ଘୋଡାର ଜୀବନ ହାନି ଘଟିଛି। ତେବେ ଘୋଡାଟିର ମୃତ୍ୟୁ ପରେ ଏହାର ମାଲିକ ବର୍ତ୍ତମାନ ପେଟପାଟଣା ଚିନ୍ତାରେ ରହିଛି। ଅନ୍ୟପକ୍ଷରେ ଘୋଡା ଗାଡିର ମାଲିକ ବର୍ତ୍ତମାନ କିପରି ନଜ ଘର ସୁଦୂର ଦିଲ୍ଲୀରେ ପହଞ୍ଚିବ ତାହାକୁ ନେଇ ଚିନ୍ତାରେ ରହିଛି। 

ଦିଲ୍ଲୀ ର ଜଣେ ବ୍ୟକ୍ତି ରେହମାନ ନିଜ ପରିବାର ପ୍ରତିପୋଷଣ ପାଇଁ ଦିଲ୍ଲୀ ରୁ ଏକ କଳା ଘୋଡା କିଣି ତାହା ପଛପାର୍ଶ୍ୱରେ ଏକ ଗାଡ଼ି ସଂଯୋଗ କରିଥିଲେ।  ତାହା ଉପରେ ବସି ରାଜ୍ୟ ରାଜ୍ୟ ବୁଲିବା ସହ ଘୋଡାନାଲ ପରି ମୁଦି ବିକ୍ରି କରନ୍ତି । ସେଥିରୁ ଯାହା ସ୍ୱଳ୍ପ ରୋଜଗାର ହୁଏ ନିଜେ ଓ ଘୋଡା ପାଈଁ ଖାଦ୍ୟ ଯୋଗାଡ଼ କରିଥାନ୍ତି।  ଆଉ କିଛି ଅର୍ଥ ପରିବାର ପ୍ରତିପୋଷଣ ପାଇଁ ପଠାଇଥାନ୍ତି।  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଦୀର୍ଘ ଏକ ସପ୍ତାହ ରୁ ଊର୍ଦ୍ଧ୍ବ ହେବ ଆସି ପହଂଚି ବିଭିନ୍ନ ଗ୍ରାମ ବୁଲୁଥିଲେ।  ମଙ୍ଗଳବାର ଅସ୍ତରଙ୍ଗ ବ୍ଲକ ନିକଟସ୍ତ ଝାଡ଼ଲିଙ୍ଗ ଗ୍ରାମରେ ଘୋଡା ଗାଡ଼ିବୁଲି ଦେବୀ ନଦୀବନ୍ଧରେ ଆସୁଥିବା ବେଳେ କିଛି ଦୂରରେ ଶାମୁକା ପୋଡାର ଗ୍ୟାସ ହେଉଥିବାରୁ ଘୋଡାଟି ହଠାତ ବୁଲି ପାରିନଥିଲା। ଯାହାକି ନଦୀବନ୍ଧଟି ସକୀର୍ଣ୍ଣ ଥିବାରୁ ଘୋଡା ଭିଡୁଥିବା ଗାଡିର ପଛ ଚକା ଦେବୀ ନଦୀର ପଥର ସ୍ତର ଦେଇ ଗଡିଯାଇଥିଲା। କାଳିଆ ଘୋଡାଟି ନଦୀରେ ସ୍ରୋତରେ ପଡିଯାଇଥିଲା। ଯାହାକି ହଠାତ ଉଦ୍ଧାର କରିପାରିନଥିଲେ। ଅକାଳରେ କଳା ଘୋଡା ମୃତ୍ୟୁ ହୋଇଥିଲା। କିନ୍ତୁ ଘୋଡା ଚଳାଇ ବଂଚୁଥିବା ବ୍ୟକ୍ତି ଟିଏ ଅର୍ଥ ଅଭାବ ଥିବାରୁ ନିଜ ସ୍ୱଗୃହ କିପରି ଫେରିବ ଚିନ୍ତାରେ। ଶେଷରେ ମୃତ ଘୋଡାକୁ ନଦୀରେ ଭସାଇଦେଇଛି ଘୋଡା ଚାଳକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.