ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ରଥଯାତ୍ରାରେ ପୁରୀକୁ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ, ୧୫ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ହେବ ବିଶ୍ରାମାଗାର

ଭୁବନେଶ୍ୱର,୨୯/୦୬: ପୁରୀକୁ ଚାଲିବ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍‌ । ଚଳିତବର୍ଷ ରଥଯାତ୍ରାରେ ସବୁଠୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌  ଚାଲିବ । ଗତବର୍ଷ ୨୦୮ଟି ସ୍ପେଶାଲ୍‌ ଟ୍ରେନ୍‌ ଚାଲିଥିବା ବେଳେ ଚଳିତ ବର୍ଷ ୧୦୭ଟି  ଅଧିକ ଟ୍ରେନ୍‌ ଚଳାଚଳ କରିବ । ଯାହା ଆସନ୍ତା ଜୁଲାଇ ୬ରୁ ୧୯ ଯାଏ ଓଡ଼ିଶାର  ବିଭିନ୍ନ ପ୍ରାନ୍ତ ସହ ପଡ଼ୋଶୀ ରାଜ୍ୟରୁ ଚାଲିବ ।  ସେହିପରି ୧୫ ହଜାର ତୀର୍ଥଯାତ୍ରୀଙ୍କ ପାଇଁ  ପୁରୀ ଷ୍ଟେସନ ନିକଟରେ ବିଶ୍ରାମାଗାର ହେବ  ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । 

ଶୁକ୍ରବାର ନୂଆଦିଲ୍ଲୀରେ ରେଳମନ୍ତ୍ରୀ  ଶ୍ରୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ  ସିଂହଦେଓ, ପ୍ରଭାତୀ ପରିଡ଼ା ସାକ୍ଷାତ  କରିଛନ୍ତି । ଏହି ଅବସରରେ ରଥଯାତ୍ରା  ସମୟରେ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ  ଯାତ୍ରା ପାଇଁ ପୁରୀକୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌  ଚଳାଚଳ କରିବା ପାଇଁ ଆଲୋଚନା ହୋଇଥିଲା  ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ।  ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ  ଧରି ପାଳନ କରାଯାଉଛି । ତେଣୁ ଜୁନାଗଡ଼  ରୋଡ, ସମ୍ୱଲପୁର, କେନ୍ଦୁଝରଗଡ଼,  ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର,  ବାଙ୍ଗିରିପୋଷି ବ୍ୟତୀତ ନୂତନ ଭାବେ  ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର,  ସୋନପୁର ଏବଂ ଦଶପଲ୍ଲାରୁ ସ୍ୱତନ୍ତ୍ର ଟ୍ରେନ୍‌  ପୁରୀକୁ ଚଳାଚଳ କରିବ । ଏହାବ୍ୟତୀତ  ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଯାତ୍ରା ଏବଂ ସୁନାବେଶ  ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍‌ ଯୋଜନା କରାଯାଇଛି ।  

ଚଳିତ ବର୍ଷ ରଥ ଯାତ୍ରାର ଅଧରପଣା  ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ  ପୂର୍ବତଟ ରେଳପଥ ଯୋଜନା କରିଛି । ଯାତ୍ରୀଙ୍କ ସୁବିଧା ପାଇଁ, ପୂର୍ବତଟ  ରେଳପଥ ରଥ ଯାତ୍ରା ଉତ୍ସବ ସମୟ ମଧ୍ୟରେ  କିଛି ଦୂର ଦୂରାନ୍ତର ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ  କ୍ଲାସ୍‌ ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ  ନେଇଛି । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ରଥଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟାତ ସୁବିଧା ବ୍ୟତୀତ ଯାତ୍ରୀ ପରିସେବା ସୁଦୃଢ଼ କରିବାକୁ ଗୁରୁତ୍ୱ  ଦେଇଥିବା ବେଳେ ତୀର୍ଥଯାତ୍ରୀ ତଥା ଭକ୍ତଙ୍କ  ପାଇଁ ଉତ୍ତମ ସୁବିଧା ଯୋଗାଇଦେବାକୁ ପୂର୍ବତଟ  ରେଳପଥକୁ ପରାମର୍ଶ ଦେଇଛନ୍ତି । ଭକ୍ତଙ୍କ  ସୁବିଧା ପାଇଁ ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼  ପରିଚାଳନା, ଟ୍ରେନ୍‌ ସୂଚନା ପ୍ରଣାଳୀ/ଅନୁସନ୍ଧାନ  କାଉଣ୍ଟର, ଭିଡିଓ ୱାଲ୍‌ ପ୍ରଦର୍ଶନ, ଅତିରିକ୍ତ  ଟିକେଟ୍‌ ବୁକିଂ କାଉଣ୍ଟର ଏବଂ ମୋବାଇଲ୍‌  ଟିକେଟ୍‌ କାଉଣ୍ଟର ପାଇଁ ପଦକ୍ଷେପ ନେଇଛି ।  

ରଥଯାତ୍ରା ସମୟରେ ବିଶେଷ ବ୍ୟବସ୍ଥା  ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ  ପରମେଶ୍ୱର ଫୁଙ୍କୱାଲ ଶୁକ୍ରବାର ପୁରୀ  ରେଳ ଷ୍ଟେସନରେ ରଥଯାତ୍ରା ବ୍ୟବସ୍ଥା  ଯାଞ୍ଚ କରି ତୀର୍ଥଯାତ୍ରୀଙ୍କୁ ଦିଆଯାଉଥିବା  ସୁବିଧାଗୁଡ଼ିକ ସମ୍ୱନ୍ଧରେ ଅବଗତ ହେବା  ସହ ରଥ ଯାତ୍ରା କାର୍ଯ୍ୟସୂଚୀର ବହୁ ପୂର୍ବରୁ  ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.