ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ରଥଖଳା ହାଲ୍‌ଚାଲ୍‌... ପାରାଭାଡ଼ି ଉଠି ଖପୁରି ସ୍ଥାପନ କଲେ ନିର୍ମାଣକାରୀ, ଚାଲିଛି ଦୁଆର ଘଡ଼ା କାମ

ପୁରୀ,୨୮/୦୬: ଗୁରୁବାର ତିନି ରଥରେ ପାରାଭାଡି ଉଠାଇ ଖପୁରୀ ସ୍ଥାପନ କରିଛନ୍ତି ନିର୍ମାଣକାରୀ । ୧୩  ପରସ୍ତ ପୋଟଳ ମଧ୍ୟରୁ ଶେଷ ପରସ୍ତ ହେଉଛି ଖପୁରୀ । ସେଥିରେ ପୋତା ହୋଇଛି କଳସ ଡ଼ାଙ୍ଗିଆ । ଏଥିରେ ଲାଗିବ କଳସ । ଖପୁରୀ ଉଠାଇବା ପରେ ଭୋଇ ସେବକମାନେ ଷଷ୍ଠ ଥର ପାଇଁ ରଥ ଉପରୁ ହରିବୋଲ ଡାକ ଦେଇଥିଲେ । ଏପଟେ ରଥଖଳାରେ ଦୁଆର ଘଡ଼ା କାମ  ଜାରି ରହିଛି । ରଥରେ ଚାରପରିଛା ଲାଗିଛି । ରଥରେ ଘୋଡ଼ା ଲାଗିବାରେ ସାହାଯ୍ୟ କରେ ଚାରପରିଛା । 

ଗୁରୁବାର ତିନି ରଥରେ ପାରାଭାଡି ଉଠାଗଲା । ବଡ଼  ପୋଟଳ ଉପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପରସ୍ତ  ପୋଟଳ ରଖାଗଲା । ଏହା ଉପରେ ପାରାଭାଡି ଉଠିଲା ।  ୬ଷ୍ଠ ଓ ସପ୍ତମ ପରସ୍ତ ପୋଟଳକୁ ଯୋଡାଯାଇ ପାରାଭାଡ଼ି  ହୋଇଥିଲା । ମଝିରେ ପଟା ଦିଆଯାଇ ସଂଯୁକ୍ତ କରିବା ପରେ  ଚତୁଃପାଶ୍ୱର୍ରେ ଚିତ୍ରକରମାନେ ପାରା ପଲ ଚିତ୍ର କରିଥିଲେ ।  ପରେ ଚାରି ଖଣ୍ଡ କରି ଏହାକୁ ରଥ ଉପରକୁ ଟେକା ଯାଇ  ଯୋଡାଗଲା । ଭୋଇ ସେବକମାନେ ଏହାକୁ ନେଇ ରଥ  ଉପରେ ସ୍ଥାପନ କରିଥିଲେ । ପରେ ଆଉ  ୫ପରସ୍ତ ପୋଟଳ ଉଠାଇ ଶେଷରେ ଖପୁରୀ  ସ୍ଥାପନ ହୋଇଥିଲା ।   

ତାଗ କାମ ପରେ ରଥରେ ପଟା  ବାଡ଼ିଆ ଚାଲିଛି । ବିଶ୍ୱକର୍ମାମାନେ ଦୁଆର  ଘଡ଼ା କାମରେ ଲାଗିଛନ୍ତି । କାମ ସରିଲେ  ଚିତ୍ରକରମାନେ ସେଥିରେ ରଙ୍ଗ ଦେବେ ।  ଆଗକୁ ତିନି ରଥରେ ୧୨ଟି ଦୁଆର ଘଡ଼ା ଉଠିବ ।  ମହାପ୍ରଭୁଙ୍କ ସିଂହାସନ କାମ ଚାଲିଛି । ରଥରେ ରଙ୍ଗ କାର୍ଯ୍ୟ ଚାଲିଛି । ଚକ, ଦଣ୍ଡା ଓ ଯୋକା ଆଦିରେ ରଙ୍ଗ ଦିଆଯାଉଛି ।  ରୂପକାରମାନେ ରଥରେ ମୂର୍ତ୍ତି ଖୋଦେଇରେ ଲିପ୍ତ । ଦର୍ଜୀ  ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ  କନାମଣ୍ଡଣି କାମ ଜାରି ରଖିଛନ୍ତି । ଓଝା ସେବକମାନେ  ଅସ୍ଥାୟୀ ଶାଳରେ କଣ୍ଟା ପ୍ରସ୍ତୁତ କରୁଛନ୍ତି। ତାଳଧ୍ୱଜର ମୁଖ୍ୟ  ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା  ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା  କୃଷ୍ଣଚନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶରେ ରଥ କାମ ଆଗେଇ  ଚାଲିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ  ଭୋଇ ସେବକମାନେ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.