ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଭୁବନେଶ୍ୱରରେ ତୃତୀୟ ଓଡ଼ିଆ ସିନେ ଆୱାର୍ଡସ ; ‘ଦମନ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ୱର,୨୧/ ୬ : ଉତ୍କଳ ମଣ୍ଡପରେ ତୃତୀୟ ଓଡ଼ିଆ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ ହୋଇଛି । ଦୀର୍ଘ ଦିନ ପରେ ଗୋଟିଏ ମଞ୍ଚରେ ସିନେ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଟେକ୍ନିସିଆନମାନେ ଏକାଠି ହୋଇଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଆ ସିନେମା ପ୍ରତି ବିଶିଷ୍ଟ ଅବଦାନ ଯୋଗୁଁ ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ ଓ ପ୍ରଯୋଜକ ତଥା ସିନେମାଟୋଗ୍ରାଫର ଯୁଗଳ ଦେବତାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚର୍ଚ୍ଚିତ ଓଡ଼ିଆ ସିନେମା ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଥିଲା । 

ଦମନ ପାଇଁ ବାବୁସାନ ମହାନ୍ତି ଓ ‘ପୁଷ୍କରା’ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ଯୁଗ୍ମ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା । ମାଲ୍ୟଗିରି ସିନେମାରେ କଣ୍ଠଦାନ କରିଥିବା ବାବୁସାନଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ମିଳିଥିଲା । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଉଭୟ ଦିବ୍ୟାଦିଶା ମହାନ୍ତି ଓ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସୁଶାନ୍ତ ମଣି, ଶିଶିର ସାହୁ ଓ ପିନାକୀ ସିଂହଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମିଳିଥିଲା । ନବାଗତ ଅଭିନେତା ଭାବେ ଶୈଳେନ୍ଦୁ ସାମନ୍ତରାୟ, ରୋହନ ଗର୍ଗ, ନବାଗତ ଅଭିନେତ୍ରୀ ଭାବେ ଏର୍ଲିନ ଅଙ୍କିତା ଓ ତନୁଶ୍ରୀ ଦାସ, ପ୍ରିୟମ୍ବଦା ସ୍ୱାଇଁ ଓ ଦୀପା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । 

ନବାଗତ ନିର୍ଦ୍ଦେଶକ ଭାବେ ପ୍ରତୀକ୍ଷା ଫେମ୍‌ ଅନୁପମ ପଟ୍ଟନାୟକ ଓ ଶୁଭ୍ରାଂଶୁ ଦାସ ସମ୍ମାନିତ ହୋଇଥିଲେ । ଏହିପରି ସଙ୍ଗୀତ, କାହାଣୀ, କମେଡି ଆଦି ୭୫ଟି ବର୍ଗରେ ଶ୍ରେଷ୍ଠ କଳାକାରଙ୍କୁ ପୁରସ୍କାର ଦିଆଯାଇଥିଲା । ରିଲ୍ସ ଆଣ୍ଡ ରିଲ୍ସ ଓ ଅନିସ ଏଣ୍ଟରଟେନମେଣ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଏଲିନା, ପୁଷ୍ପା ପଣ୍ଡା, ମେଘନା, ଅରୁଣ ମନ୍ତ୍ରୀ, ଭୂମିକା ଦାଶ, ପପୁ ପମ୍‌ପମ୍‌, ରାଜ ରାଜେଶ ଓ ସାୟଲ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜକ ସଂସ୍ଥାର ସଙ୍ଗଠକ ସ୍ଥିତ ପଟ୍ଟନାୟକ ପୌରୋହିତ୍ୟ କରିଥିଲେ । ତପନ ଦାସ ଅତିଥି ପରିଚୟ ଓ ସିନେ ସାମ୍ବାଦିକ ସମୀର ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.