ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ମକ୍କା ହଜ୍ ଯାତ୍ରା ପାଇଁ ଯାଇଥିବା ୯୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସାଉଦି ଆରବର ମକ୍କାରେ ହଜ୍ ପାଇଁ ଯାଇଥିବା ୯୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ, ଚଳିତ ବର୍ଷ ଭାରତରୁ ୧ ଲକ୍ଷ ୭୫ ହଜାର ଲୋକ ହକ୍ ପାଇଁ ମକ୍କା ଯାଇଛନ୍ତି । ସେଥିମଧ୍ୟରୁ ୯୮ ଜଣଙ୍କର ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ କହିଛି ଯେ ଏହି ମୃତ୍ୟୁ ପ୍ରାକୃତିକ କାରଣ, କ୍ରନିକ ରୋଗ ଏବଂ ବୃଦ୍ଧାବସ୍ଥା ଯୋଗୁଁ ଘଟିଛି । ଏଥିମଧ୍ୟରୁ ଆରାଫାତ ଦିନ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଦୁର୍ଘଟଣା କାରଣରୁ ହୋଇଛି । 

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ମକ୍କାରେ ଆମର ହଜ୍ ମିଶନ କାମ କରୁଛି। ଯାତ୍ରୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ପ୍ରକାର ଦୁର୍ଘଟଣା ଉପରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ । ସମସ୍ତଙ୍କର ଯତ୍ନ ନିଆଯାଉଛି । ମକ୍କାରେ ମଧ୍ୟ ବହୁତ ଗରମ ଅନୁଭବ ହେଉଛି । ସେଠାରେ ଲୋକମାନେ ମଧ୍ୟ ଉତ୍ତାପ ଲହରର ଶିକାର ହେଉଛନ୍ତି । ଗତ ବର୍ଷ ଭାରତରୁ ୧୮୭ ହଜ୍ ତୀର୍ଥଯାତ୍ରୀ ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁବରଣ କରିଥିଲେ । 

ଚଳିତ ବର୍ଷ ସାଉଦି ଆରବରେ ପ୍ରବଳ ଉତ୍ତାପ ହେତୁ ବଶ୍ବର ୯ ଶହରୁ ଅଧିକ ହଜ୍ ତୀର୍ଥଯାତ୍ରୀ ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁ ବରଣ କରିଛନ୍ତି । ସାଉଦି ଆରବର ରାଜ୍ୟ ଟେଲିଭିଜନ ରିପୋର୍ଟ କରିଛି ଯେ ମକ୍କାର ମସଜିଦ-ଏ-ହରାମରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତାପମାତ୍ରା ବୃଦ୍ଧି ଏବଂ ପ୍ରବଳ ଉତ୍ତାପ ହେତୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । 

ତେବେ ହଜ୍ ତୀର୍ଥଯାତ୍ରା କରିବା ପୂର୍ବରୁ ତୀର୍ଥଯାତ୍ରୀ ମାନଙ୍କୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିଥାଏ । ଯେଉଁଥିରେ ଲେଖା ଅଛି ଯେ ଯଦି ଜଣେ ତୀର୍ଥଯାତ୍ରୀ ହଜ୍ ଯାତ୍ରା କରିବା ସମୟରେ ସାଉଦି ଆରବ ମାଟିରେ କୌଣସି ପ୍ରକାରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ଶବକୁ କେବଳ ସେଠାରେ ସମାଧି ଦିଆଯିବ । ମୃତ ଶରୀରକୁ ଭାରତକୁ ପଠାଯାଏ ନାହିଁ । ମୃତଦେହ ଫେରାଇବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସାଉଦି ଆରବ ସରକାର ଏହାକୁ ଗ୍ରହଣ କରୁନାହାଁନ୍ତି ।

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.