ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

କଲ୍କି ୨୮୯୮ଏଡି ପ୍ରିରିଲିଜ ଇଭେଣ୍ଟ; ବେବି ବମ୍ପ ଲୁକରେ ନଜର ଆସିଲେ ଦୀପିକା

ମୁମ୍ବାଇ,୨୧/୬:  ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି  ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି 2898AD' ଏହି ଫିଲ୍ମ ଘୋଷଣା ହେବାଦିନ ଠାରୁ ଫ୍ୟାନ୍ସ ଏହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଥିରେ ସାଉଥ ସୁପରଷ୍ଟାର ପ୍ରଭାସ, କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ରିଲିଜକୁ ଆଉ ମାତ୍ର ଏକ ସପ୍ତାହ ବାକି ଥିବା ବେଳେ ନିର୍ମାତା ଫିଲ୍ମର ଏକ ପ୍ରିରିଲିଜ ଇଭେଣ୍ଟ ଆୟୋଜନ କରିଥିଲେ । ଯେଉଁଥିରେ ଫିଲ୍ମର ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଫିଲ୍ମର ସମସ୍ତ କାଷ୍ଟ ଯୋଗ ଦେଇଥିଲେ । ଏହି ସମୟରେ ଦୀପିକା ପାଦୁକୋନଙ୍କୁ ବେବି ବମ୍ପ ଲୁକରେ ଦେଖିବାକୁ ମିଳିଥିବା ବେଳେ ଅମିତାଭ ବଚ୍ଚନ ଫିଲ୍ମର ପ୍ରଥମ ଟିକେଟ କିଣୁଥିବାର ଦେଖିବାକୁ ମିଳିଛି ।

ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ । ତେବେ ଚଳିତ ସେପ୍ଟେମ୍ୱରରେ ଦୀପିକା ସନ୍ତାନ ପ୍ରସବ କରିବେ । ଏନେଇ ସେ ପୂର୍ବରୁ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ତାଙ୍କୁ ବେବି ବମ୍ପ ଲୁକ ସହ ଦେଖିବାକୁ ମିଳିଛି । 'କଲ୍କି 2898AD' ର ପ୍ରି-ରିଲିଜ ଇଭେଣ୍ଟରେ ଦୀପିକା ବ୍ଲାକ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ବେବି ବମ୍ପ ଲୁକ ଦେଖିବାକୁ ମିଳିଛି । ଏହି ସମୟରେ ପ୍ରବାସଙ୍କ ଠାରୁ ବିଗ ବି ସମସ୍ତ କାଷ୍ଟ ତାଙ୍କର ବିଶେଷ ଯତ୍ନ ନେଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ଦୀପିକା ନିଜ ଇନଷ୍ଟାଗ୍ରାମରେ ମଧ୍ୟ ବେବି ବମ୍ପ ଲୁକର ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଦିୱାନା ହେବା ସହ ଦୀପିକାଙ୍କ ପ୍ରଶଂସା କରିଛନ୍ତି । ତେବେ ଗତକାଲି ମୁମ୍ୱାଇରେ 'କଲ୍କି 2898AD'ର ପ୍ରି-ରିଲିଜ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ଫିଲ୍ମର ପ୍ରଡକ୍ସନ୍ ହାଉସ୍ ବୈଜୟନ୍ତୀ ଚଳଚ୍ଚିତ୍ରର ମୁଖ୍ୟ ଅଶ୍ୱିନ ଦତ୍ତ ମଧ୍ୟ 'କାଲ୍କି 2898 AD'କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.