ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିଶ୍ବରେ ବଢ଼ୁଛି ଭାରତୀୟ ମଦର ଚାହିଦା, ବଜାରକୁ ଆସୁ ଆସୁ ସରିଯାଉଛି

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ମଦ ବିଶ୍ବ ବଜାରରେ ଧମାଲ କରୁଛି । ଡ୍ରିଙ୍କସ୍‌ ଇଣ୍ଟରନ୍ୟାସନାଲ୍‌ର ରିପୋର୍ଟ ଅନୁସାରେ, ବିଶ୍ବରେ ସବୁଠୁ ଅଧିକ ବିକ୍ରି ହେଉଥିବା ୩୦ଟି ମଦ (ସ୍ପିରିଟ୍‌) ବ୍ରାଣ୍ଡ ମଧ୍ୟରେ ଏକ ତୃତୀୟାଂଶ କେବଳ ଭାରତୀୟ ବ୍ରାଣ୍ଡ । ଭାରତରେ ମୋଟ ମଦ ବଜାରର ଦୁଇ ତୃତୀୟାଂଶ ହ୍ବିସ୍କ ।ହ୍ବିସ୍କ ସମେତ ଭାରତର ବ୍ରାଣ୍ଡି, ଭୋଦକା ଏବଂ ରମ ବ୍ରାଣ୍ଡସ୍‌କୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ଲୋକେ । 

 ଭାରତ ଦୁନିଆର ଦ୍ବିତୀୟ ସବୁଠୁ ଅଧିକ ଲୋକସଂଖ୍ୟା ଥିବା ଦେଶ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ୧୦ କୋଟି ଲୋକ ମଦ୍ୟପାନ କରିବାର ଲିଗାଲ୍ ଏଜ୍‌ (ଆଇନଗତ ବୟସ)ରେ ପଦାର୍ପଣ କରିବେ । ଏଥିପାଇଁ ଦୁନିଆର ସବୁଠୁ ବଡ଼ ବଡ଼ ମଦ କମ୍ପାନି ଭାରତ ଉପରେ ଫୋକସ୍‌ କରୁଛନ୍ତି । ମିଲେନିୟର୍ସ କ୍ଲବ୍‌ର ରିପୋର୍ଟ ଅନୁସାରେ, ସର୍ବାଧିକ ଲୋକସଂଖ୍ୟାର ଦେଶ ହେବା ସହ ଭାରତ ସ୍ପିରିଟ୍‌ ବଜାରରେ ଏକ ଅଗ୍ରଣୀ ଦେଶ ଭାବରେ ପରିଚୟ ଲାଭ କରିଛି । 

 ଭାରତରେ ଏବେ ବି ଏମିତି ଅବକାରୀ ନିମୟ ରହିଛି ଯେଉଁଥିପାଇଁ ଏଠରେ ବେପାର କରିବା କଷ୍ଟ ହୋଇପଡ଼ୁଛି । ତତାପି ଏଠାରେ ସମ୍ଭାବନାର ଭଣ୍ଡାର ରହିଛି । ଆଲାଏଡ୍‌ ବ୍ଲେଣ୍ଡର୍ସ ଆଣ୍ଡ ଡିଷ୍ଟିଲର୍ସର ଆଇକୋନିକ୍‌ ହ୍ବାଇଟ୍‌ ହ୍ବିସ୍କର ବ୍ୟବସାୟ ୧୫ ହଜାର ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଏହା ବ୍ୟତୀତ ବ୍ରାଣ୍ଡି ଏବଂ ରମ୍‌ ମଧ୍ୟ ଭଲ ବ୍ୟବସାୟ କରୁଛି । ତିଲକନଗର ଇଣ୍ଡଷ୍ଟ୍ରିଜ୍‌ର ନେପୋଲିୟନ୍‌ ଏବଂ ମ୍ୟାନସନ ହାଉସ୍‌ ବ୍ରାଣ୍ଡି, ରୋଡକି ଖେତାନର ବ୍ରାଣ୍ଡି ମୋର୍ଫିୟସ୍‌, ଭୋଦକା ମ୍ୟାଜିକ୍‌ ମୁମେଣ୍ଟସ୍‌ର ବ୍ୟବସାୟ ଜୋର ସୋରରେ ଜାରି ରହିଛି । ପରିମାଣ ହିସାବରେ ବିଶ୍ବରେ ଦ୍ରୁତ ହାରରେ ବିକ୍ରି ହେଉଥିବା ୩୦ଟି ହ୍ବିସ୍କ ବ୍ରାଣ୍ଡ ମଧ୍ୟରୁ ୧୩ଟି ବ୍ରାଣ୍ଡ ଭାରତର ବୋଲି ଜଣାପଡ଼ିଛି । 

ସୂଚନାଯୋଗ୍ୟ, ଆମେ ମଦ୍ୟପାନକୁ ପ୍ରୋତ୍ସାହନ କରୁନାହୁଁ ବରଂ ଏହା କେତେକ ରିପୋର୍ଟରୁ ସଂଗୃହୀତ ଏକ ଖବର । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ନେଇ ଏହାକୁ ଲେଖାହୋଇଛି । ମଦ୍ୟପାନ ସାସ୍ଥ୍ୟ ପକ୍ଷେ କ୍ଷତିକାରକ ।  

 

 

  • liquor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.