ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଇମ୍ରାନ ଖାନ୍‌ଙ୍କ ରାଜନୈତିକ ପରାମର୍ଶଦାତାଙ୍କୁ ଲାହୋରରୁ ଅପହରଣ, ଇସଲାମାବାଦ ଅଭିମୁଖେ କରୁଥିଲେ ଯାତ୍ରା...

ନୂଆଦିଲ୍ଲୀ: ପାକିସ୍ତାନର ଲାହୋରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ରାଜନୈତିକ ପରାମର୍ଶଦାତା ଗୁଲାମ ଶବୀରଙ୍କୁ ଅପହରଣ କରାଯାଇଥିବା ଖବର ଏବେ ସାମ୍ନାକୁ ଆସିଛି । ଏହି ଘଟଣାରେ ଲାହୋରର କାହନା ପୋଲିସ ଷ୍ଟେସନରେ ଏକ ମାମଲା ଦାଖଲ ହୋଇଛି । 

ମାମଲାରେ ଉଲ୍ଲେଖ କରାଯାଇଛି ଯେ, ଗୁଲାମ ଶବୀରଙ୍କୁ ଦୁଇ ଦିନ ପୂର୍ବରୁ ଅଜଣା ବ୍ୟକ୍ତି ମାନେ ଅପହରଣ କରିନେଇଛନ୍ତି । ଗୁଲାମ ଶବୀର ଇସଲାମାବାଦ ଗସ୍ତରେ ଥିଲେ । ଗୁଲାମ ଶବୀରଙ୍କ ପୁଅ ବିଲାଲ ଥାନାରେ ଏହି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଶବୀର ବିଳମ୍ବିତ ରାତିରେ ଲାହୋରର ଖୟାବନ-ଏ-ଅମୀନ ସ୍ଥିତ ନିଜ ବାସଭବନରୁ ବାହାରି ଇସଲାମାବାଦ ଅଭିମୁଖେ ଯାତ୍ରା କରିଥିଲେ । 

ସୂଚନାଥାଉକି, ପାକିସ୍ତାନ ତେହରିକ୍-ଏ-ଇନସାଫ୍ (ପିଟିଆଇ) ପାର୍ଟିର ସଂସ୍ଥାପକ ଇମ୍ରାନ ଖାନ୍ ଗତ ବର୍ଷରୁ ଜେଲ୍‌ରେ ବନ୍ଦୀ ଅଛନ୍ତି । ସେ ପ୍ରାୟ ୨ ଶହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୨୨ ମସିହାରେ ଇମ୍ରାନ ଖାନ୍‌ଙ୍କ ନେତୃତ୍ବରେ ଲାହୋରରୁ ଇସଲାମାବାଦ ପର୍ଯ୍ୟନ୍ତ ବିରୋଧ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ପୂର୍ବତନ କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନଙ୍କୁ ଅବିଶ୍ବାସ ପ୍ରସ୍ତାବ ପରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏହା ପରେ ସେ ଶେହବାଜ ଶରିଫଙ୍କ ମେଣ୍ଟ ସରକାରଙ୍କୁ ଭାଙ୍ଗିବା ପାଇଁ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.