ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଟ୍ରାଫିକ୍‌ କଷ୍ଟରୁ ବଞ୍ଚିବାକୁ ମହିଳାଙ୍କ ନିଆରା ଉପାୟ, କ୍ୟାବ୍‌ ନୁହେଁ ହେଲିକପ୍ଟର ବୁକ୍ କରି ପହଞ୍ଚିଲେ ଏୟାରପୋର୍ଟ

ନୂଆଦିଲ୍ଲୀ ୨୧/୦୬: ବଡ଼ ସହରରେ ରହିବା ପାଇଁ ଲୋକଙ୍କୁ ଅନେକ ପ୍ରକାର ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼େ । କେଉଁଠି ଘର ମିଳିବା ସମସ୍ୟା, ଆଉ କେଉଁଠି ଦରଦାମର ଆକାଶଛୁଆଁ ବୃଦ୍ଧି । ପୁଣି କେଉଁଠି ଟ୍ରାଫିକ୍‌ ସମସ୍ୟା । ନ୍ୟୁୟର୍କରେ ବି ସମାନ ସ୍ଥିତି । ଏଠାରେ ଲୋକେ ଟ୍ରାଫିକ୍‌ ଜାମ୍‌ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଇତିମଧ୍ୟରେ ଜଣେ ନ୍ୟୁୟର୍କ ବାସିନ୍ଦା ଭାରତୀୟ ବଂଶୋଦ୍ଭବ ମହିଳା ସବୁରି ଧ୍ୟାନ ଆକର୍ଷଣ କରିଛନ୍ତି । ଖୁସି ସୁରୀ ନାମ୍ନୀ ଏହି ମହିଳା ଟ୍ୟାକ୍ସି ବଦଳରେ ହେଲିକପ୍ଟରରେ ଯାତ୍ରାକୁ ଅଧିକ ଶସ୍ତା ଓ ସହଜ ବୋଲି କହିଛନ୍ତି ।




ସୂଚନାଯୋଗ୍ୟ, ଆମେରିକାରେ ଟ୍ୟାକ୍ସି ଭଳି ହେଲିକପ୍ଟର ସେବା ମଧ୍ୟ ମିଳୁଛି, ଯାହାର ନାଁ ‘ବ୍ଲେଡ୍‌’ । ଖୁସି ଉଭୟ ଉବର୍‌ କ୍ୟାବ୍‌ ଓ ବ୍ଲେଡ୍‌ର ବୁକିଂ ଭଡ଼ାର ସ୍କ୍ରିନ୍‌ଶଟ୍‌ ଶେୟାର କରିଛନ୍ତି । ତାଙ୍କ ସ୍କ୍ରିନ୍‌ଶଟ୍‌ ଅନୁସାରେ, ଉବର୍‌ ଟ୍ୟାକ୍ସିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ଲାଗି ଭଡ଼ା ୧୩୧.୯୯ ଆମେରିକୀୟ ଡଲାର ଅର୍ଥାତ୍‌ ହାରାହାରି ୧୧ ହଜାର ଟଙ୍କା ଓ ସମୟ ୧ ଘଣ୍ଟା ରହିଛି । ଅନ୍ୟପକ୍ଷେ, ବ୍ଲେଡ୍‌ (ହେଲିକପ୍ଟର) ରେ ୧୬୫ ଡଲାର ଅର୍ଥାତ୍‌ ୧୩,୭୬୫ ଟଙ୍କା ଭଡ଼ା ସହିତ ମାତ୍ର ୫ ମିନିଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଥା ଉଲ୍ଲେଖ ହୋଇଛି । ସୁରୀ ସ୍କ୍ରିନ୍‌ଶଟ୍‌ ସହିତ କ୍ୟାପ୍‌ସନ ଲେଖିଛନ୍ତି ‘୬୦ ମିନିଟ୍‌ର ଉବର ରାଇଡ୍‌ ନା ୫ ମିନିଟ୍‌ର ହେଲିକପ୍ଟର ଯାତ୍ରା । ଖୁବ୍‌ କମ୍‌ ଟଙ୍କାର ଅନ୍ତର ।’ ତେବେ ସୁରୀଙ୍କର ଏହି ପୋଷ୍ଟ୍‌ ଖୁବ୍‌ ଭାଇରାଲ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.