ନୂଆଦିଲ୍ଲୀ ୨୧/୦୬: ଭାରତରେ ଆରମ୍ଭ ହୋଇଥିବା ଯୋଗ ଏବେ ବିଶ୍ୱବାସୀଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ୧୦ମ ବାର୍ଷିକୀ ପାଳନ କରୁଛି ବିଶ୍ୱ । ଏହି ଦିବସ ଯୋଗକୁ ଏକ ଆନ୍ଦୋଳନ ରୂପେ ପ୍ରୋତ୍ସାହନ ଦେବା ଉପରେ ଜୋର ଦିଏ, ଯାହା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ଥିରତାକୁ ଦୃଢ଼ କରେ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରେ ।
ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରରେ ଡାଲ ହ୍ରଦ ତଟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବେ । ଏ ଅବସରରେ ୩୦୦୦-୪୦୦୦ ଲୋକ ଶେର-ଇ-କାଶ୍ମୀର ଇଣ୍ଟରନ୍ୟାସ୍ନାଲ କନ୍ଭେନ୍ସନ ସେଣ୍ଟର୍ରେ ଯୋଗ ଦେବେ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ନିଜ ପାଇଁ ଓ ସମାଜ ପାଇଁ ଯୋଗ’ । ଯୋଗ ଜନସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସମଗ୍ରୀକ ଦୃଷ୍ଟିକୋଣ ପ୍ରଦାନ କରେ ଯାହା ଆମ ବ୍ୟସ୍ତବହୁଳ ଜୀବନରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ ।
ଏହି ସ୍ୱତନ୍ତ୍ର ଦିବସ ଅବସରରେ ବିଶ୍ୱବାସୀ ଯୋଗର ପରିବର୍ତ୍ତନକାରୀ ଶକ୍ତି ବିଷୟରେ ସବିଶେଷ ଜ୍ଞାନ ପାଇଥାନ୍ତି । ଜାତିସଂଘ ସାଧାରଣ ସଭାର ୬୯ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ କ୍ରମେ ୨୦୧୪ ମସିହା, ଡିସେମ୍ବରରେ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୧୫ ମସିହା, ଜୁନ୍ ୨୧ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା ।