ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିଳାସପୂର୍ଣ୍ଣ କାରରେ ଏକାଠି ବୁଲୁଛନ୍ତି କିମ୍ ଜୋଙ୍ଗ୍ ଉନ୍-ପୁଟିନ୍, ବନ୍ଧୁତ୍ବର ପ୍ରତିକ ଦେଖାଇବାକୁ ଭିଡିଓ କରିଛନ୍ତି ଭାଇରାଲ୍…

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଗସ୍ତ କରିଛନ୍ତି । ଏହି ସମୟ ମଧ୍ୟରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗଙ୍କ ସହ ତାଙ୍କର ସାକ୍ଷାତକୁ ବେସ୍ ଚର୍ଚ୍ଚା ହେଉଛି । ଆଉ ସବୁଠୁ ବଡ କଥା ହେଲା ଏହି ସମୟ ମଧ୍ୟରେ ପୁଟିନ ବନ୍ଧୁତ୍ୱର ପ୍ରତୀକ ଭାବରେ କିମଙ୍କୁ ଏକ ବହୁମୂଲ୍ୟ ଲିମୋଜିନ୍ ଆରସ୍ ସିନେଟ୍ କାର୍ ଦେଇଛନ୍ତି । ଏହି କାରଟି ରୁଷିଆର ରୋଲ୍ସ ରୋଏଲ ନାମରେ ମଧ୍ୟ ଜଣାଶୁଣା । ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଏହି ମୂଲ୍ୟବାନ କାରକୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳାଉଛନ୍ତି ଏବଂ କିମ ଜୋଙ୍ଗ ଉନ ତାଙ୍କ ପାଖରେ ବସିଛନ୍ତି । ଏହି ଭିଡିଓ ମାଧ୍ୟମରେ ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିବା ଦର୍ଶାଇବାକୁ ଚେଷ୍ଟା କରାଯାଇଛି ।

ଏହି ଭିଡିଓକୁ ପ୍ରଥମେ ରୁଷରେ ପ୍ରସାରିତ କରାଗଲା । ଭିଡିଓରେ ଦେଖାଯାଉଛି ଯେ, କଳା ରଙ୍ଗର ଏହି ବହୁମୂଲ୍ୟ ଗାଡିକୁ ପୁଟିନ୍ ଚଳାଉଛନ୍ତି । ଉଭୟ ନେତା ଗସ୍ତ ସମୟରେ କଥାବାର୍ତ୍ତା ଏବଂ ହସୁଥିବା ନଜର ଆସିଛନ୍ତି । ସେପ୍ଟେମ୍ବର ୨୦୨୩ ରେ କିମ ଏବଂ ପୁଟିନ ରୁଷରେ ସାକ୍ଷାତ ହୋଇଥିଲେ । ସେହି ସମୟରେ ପୁଟିନ କିମଙ୍କୁ ତାଙ୍କର ଆରସ୍ ସିନେଟ ଲିମୋଜିନ୍ କାର ଦେଖାଇଥିଲେ । ଏହା ପରେ ଫେବୃଆରୀରେ ପୁଟିନ ଏହି କାରକୁ କିମଙ୍କ ପାଇଁ ପ୍ୟୋଙ୍ଗୟାଙ୍ଗକୁ ପଠାଇଥିଲେ । ଏବେ ପୁଟିନ ପୁଣି ଥରେ କିମ ଜୋଙ୍ଗଙ୍କୁ ଏହି ମୂଲ୍ୟବାନ କାର ଉପହାର ଦେଇଛନ୍ତି ।




କିମ ଜୋଙ୍ଗଙ୍କ ପାଖରେ ଅନେକ ମୂଲ୍ୟବାନ ବିଦେଶୀ ଯାନ ଅଛି । କୁହାଯାଉଛି ଯେ, ଏହି ଯାନଗୁଡିକ ଉତ୍ତର କୋରିଆକୁ ଚୋରା ଚାଲାଣ କରାଯାଇଛି । ସୂଚନାଥାଉକି, ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉତ୍ତର କୋରିଆକୁ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି । ଏହାପୂର୍ବରୁ କିମ ଜୋଙ୍ଗଙ୍କୁ ମାୟାବାକ୍ ଲିମୋଜିନ୍, ମର୍ସିଡିଜ୍, ରୋଲ୍ସ ରୋଏସ୍ ଫାଣ୍ଟମ୍ ଏବଂ ଲେକ୍ସସ୍ ସ୍ପୋର୍ଟସ୍ ୟୁଟିଲିଟି ଗାଡିରେ ଦେଖିବାକୁ ମିଳିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.