ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଭରତପୁର ଥାନାରେ ହଙ୍ଗାମା ଘଟଣା: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବସରପ୍ରାପ୍ତ ଆଇପିଏସ୍‌ଙ୍କ ଚିଠି, ସେନା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲେ

ଭୁବନେଶ୍ୱର,୨୮/୦୯: ଭରତପୁର  ଥାନାରେ ହଙ୍ଗାମା ସମ୍ପର୍କରେ ଅବସରପ୍ରାପ୍ତ  ଆଇପିଏସ୍‌ ଏମ୍‌. ନାଗେଶ୍ୱର ରାଓଙ୍କ ‘ଏକ୍ସ’  ପୋଷ୍ଟ ଏବେ ଚର୍ଚ୍ଚାରେ । ସେ ସିଧାସଳଖ ଅଭିଯୁକ୍ତ ସେନା ଅଧିକାରୀ ଓ ତାଙ୍କ ସପକ୍ଷରେ ବାହାରିଥିବା  ଉଚ୍ଚପଦସ୍ଥ ସେନା ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସେନା ଆଇନ୍‌-୧୯୫୦କୁ ଲଂଘିଥିବା ଦର୍ଶାଇ  ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅନୁରୋଧ  କରିଛନ୍ତି ।  ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଥିବା ଏହି  ଆଇପିଏସ୍‌ ଗୁରୁବାର ତାଙ୍କ ‘ଏକ୍ସ’ରେ ପ୍ରତିରକ୍ଷା  ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଥିଲେ ।  

ସେଥିରେ ସେ ଉଲ୍ଲେଖ କରିଛନ୍ତି, ଗତ ୧୫  ତାରିଖ ରାତିରେ ଜଣେ ସେନାଅଧିକାରୀ ଓ ତାଙ୍କ  ଭାବୀ ପତ୍ନୀ ଭରତପୁର ଥାନାରେ କାର୍ଯ୍ୟରତ  ପୁଲିସ ଅଧିକାରୀମାନଙ୍କୁ ଧମକାଇଥିଲେ ।  ଖରାପ ବ୍ୟବହାର ଦେଖାଇଥିଲେ । ସେନା  ଆଇନ ୧୯୫୦ର ଧାରା ୪୫ ଓ ୪୮କୁ ସେନା  ଅଧିକାରୀଜଣକ ଗୁରୁତର ଭାବେ ଅବମାନନା  କରିଛନ୍ତି । ଏହି ୨ ଧାରା ଅନୁସାରେ କେହି  ସେନା ଅଧିକାରୀ ନିଶା ସେବନ(ଡ୍ୟୁଟିରେ ଥାନ୍ତୁ  ଅଥବା ନଥାନ୍ତୁ) କଲେ କିମ୍ବା ସର୍ବସାଧାରଣରେ  ଅଶୋଭନୀୟ ଆଚାରଣ ଦେଖାଇଲେ, ତାଙ୍କ ନାଁରେ  ବିଭାଗୀୟ ତଦନ୍ତ (କୋର୍ଟ ମାର୍ସଲ) କରାଯିବ ।  

ଶ୍ରୀ ରାଓଙ୍କ ଅଭିଯୋଗ ଅନୁସାରେ, ମଧ୍ୟ  ଭାରତର ଲେଫ୍ଟନାଣ୍ଟ ଜେନାରାଲ ପିଏସ୍‌  ଶେଖାୱତ (ଏଭିଏସ୍‌ଏମ୍‌, ଏସ୍‌) ଗତ ୧୮  ତାରିଖରେ ସେନାଅଧିକାରୀ ଓ ବାନ୍ଧବୀଙ୍କ  ସପକ୍ଷରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏକ  ଚିଠି ଲେଖିଥିଲେ । ଚିଠି ଅନୁସାରେ, ହାଇକୋର୍ଟ  ନିଜ ଆଡୁ ହସ୍ତକ୍ଷେପ କରିଥିଲେ । କିନ୍ତୁ ଶ୍ରୀ  ଶେଖାୱତ ଏହି ଚିଠିକୁ ସାମାଜିକ ଗଣମାଧ୍ୟମରେ  ପ୍ରଘଟ କରିଥିଲେ । ଯାହାକି, ସେନା ଆଇନ୍‌୧୯୫୦ର ଧାରା ୨୧(ସି)କୁ ଉଲଂଘନ କରୁଛି ।  

ସେହିପରି ଶ୍ରୀ ଶେଖାୱତ ସେନା ମୁଖ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ଦ୍ୱାରସ୍ଥ ନ ହୋଇ ସିଧା  ସଳଖ ହାଇକୋର୍ଟ ବିଚାରପତିଙ୍କୁ ଜଣାଇବା ମଧ୍ୟ  ସେନା ଆଇନ୍‌ ଧାରା ୪୫କୁ ଲଂଘୁଛି ।   ଶ୍ରୀ ରାଓ ଏକ୍ସ ଜରିଆରେ ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ  ଅନୁରୋଧ କରିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ  ଘଟଣା । ଜଣେ ବରିଷ୍ଠ ସେନା ଅଧିକାରୀ ମନ୍ତ୍ରାଳୟର  ମାର୍ଗଦର୍ଶିକାକୁ ନ ମାନି ସିଧାସଳଖ ଏକ ବେସାମରିକ  ପ୍ରଶାସନିକ ଘଟଣାରେ ହସ୍ତକ୍ଷେପ କରିବା ଆଦୌ  ଯୁକ୍ତିଯୁକ୍ତ ନୁହେଁ । ଏଭଳି ଘଟଣା ଆଗକୁ ଉଚ୍ଚପଦସ୍ଥ  ସେନା ଅଧିକାରୀଙ୍କ ଦ୍ୱାରା ବାରମ୍ବାର ଘଟିଲେ, ଗଣତନ୍ତ୍ର  ପାଇଁ ବିପଦ ସୃଷ୍ଟି କରିପାରେ । ପାକିସ୍ତାନ କିମ୍ବା  ବାଂଲାଦେଶ ଭଳି ଜରୁରୀକାଳୀନ ପରିସ୍ଥିତି ଉପୁଜିବା  ଆଶଙ୍କା ଅଛି । ତୁରନ୍ତ ଏକ ସାଧାରଣ କୋର୍ଟ-ମାର୍ସଲ  ଗଠନ କରାଯାଇ ଭୁବନେଶ୍ୱରରେ ଅପ୍ରୀତିକର  ପରିସ୍ଥିତି ଉପୁଜାଇଥିବା ସେନା ଅଧିକାରୀ ଓ ଶ୍ରୀ ଶେଖାୱତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ନେବାକୁ ସେ ନିବେଦନ କରିଛନ୍ତି । ଏହି ଘଟଣାରେ  ନିଲମ୍ବିତ ୩ ମହିଳା ପୁଲିସ ଅଧିକାରୀଙ୍କ ସମେତ  ୪ଜଣ ପୁଲିସ ମିଛଧରା (ପଲିଗ୍ରାଫ) ପରୀକ୍ଷାର  ସାମ୍ନା କରିବେ । ଏନେଇ ସ୍ଥାନୀୟ ଏସ୍‌ଡିଜେଏମ୍‌  ସୌମରଞ୍ଜନ ନାୟକ ଶୁକ୍ରବାର ଅନୁମତି ଦେଇଛନ୍ତି । 

 ନିଲମ୍ବିତ ହୋଇଥିବା ପୁଲିସ ସବ୍‌ଇନ୍ସପେକ୍ଟର  ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲିଳାମୟୀ ସାହୁ, ଏଏସ୍‌ଆଇ ସାଗରିକା ରଥ ଓ ଏସ୍‌ଆଇ ପ୍ରଶାନ୍ତ  ମହାରଣା ଖୁବ୍‌ ଶୀଘ୍ର ଗୁଜୁରାଟ ଗାନ୍ଧୀନଗର ଅଭିମୁଖେ  ଯିବେ । ଏସ୍‌ଆଇ ଶ୍ରୀ ମହାରଣା ଘଟଣାଦିନ ରାତିରେ  ଭରତପୁର ଥାନାରେ ଉପସ୍ଥିତ ଥିଲେ । ସେ  ପ୍ରତ୍ୟକ୍ଷର୍ଦଶୀ ହିସାବରେ ପଲିଗ୍ରାଫ୍‌ ପରୀକ୍ଷାର ସାମ୍ନା  କରିବେ । ପୂର୍ବରୁ ନିଲମ୍ବିତ ଭରତପୁର ପୂର୍ବତନ  ଆଇଆଇସି ଦୀନକୃଷ୍ଣ ମିଶ୍ର ମଧ୍ୟ ଏହି ପଲିଗ୍ରାଫ୍‌  ପରୀକ୍ଷା ପାଇଁ ରାଜି ହୋଇଥିଲେ । ଅଦାଲତ ଗତ  ୨୫ ତାରିଖରେ ପଲିଗ୍ରାଫ୍‌ ସହ ବ୍ରେନ୍‌ ଫିଙ୍ଗର  ପ୍ରିଣ୍ଟିଂ ଓ ନାର୍କୋ ଆନାଲିସିସ୍‌ ପରୀକ୍ଷା ପାଇଁ  କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି ଦେଇଥିଲେ । ଆଗାମୀ  ଦିନରେ ୫ଜଣ ପୁଲିସ ଅଧିକାରୀଙ୍କୁ ସାଙ୍ଗରେ ନେଇ କ୍ରାଇମ୍‌ବ୍ରାଞ୍ଚ ଗାନ୍ଧୀନଗରସ୍ଥିତ ରାଜ୍ୟ  ଅପରାଧ ବିଧି ବିଜ୍ଞାନାଗାର(ଏସ୍‌ଏଫ୍‌ଏସ୍‌ଏଲ)  ଅଭିମୁଖେ ବାହାରିବେ । ସେପଟେ ନିଲମ୍ବିତ  ପୁଲିସ ଅଧିକାରୀ ସାଗରିକାଙ୍କ ମା’ ଶୁକ୍ରବାର  ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେନାଧିକାରୀଙ୍କ  ବାନ୍ଧବୀଙ୍କ ନାଁରେ ସେ ଏକ ମାମଲା ଦାୟର  କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର  କରି ବାନ୍ଧବୀଜଣକ ଜାତୀୟ ଗଣମାଧ୍ୟମରେ  ବିସ୍ତୃତ ସାକ୍ଷାତକାର ଦେଇଥିବା ସେ ପିଟିସନରେ  ଦର୍ଶାଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.