ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସ୍ୱୟଂ ସହାୟକ ଗୋଷ୍ଠ ପୁଣି ହେବେ ସକ୍ରିୟ: ଗାଁରେ ଖୋଲିବ ମିଶନ ଶକ୍ତି ରିଟେଲ ମାର୍ଟ, ପ୍ରଥମ ପର୍ଯ୍ୟାୟରେ ଖୋଲିବ ୨୬୫୬ ମାର୍ଟ

ଭୁବନେଶ୍ୱର,୨୮/୦୯: ନିର୍ବାଚନ  ପରଠାରୁ ଧିମେଇ ଯାଇଥିବା ସ୍ୱୟଂ ସହାୟକ  ଗୋଷ୍ଠୀ(ଏସ୍‌ଏଚଜି) ପୁଣି ସକ୍ରିୟ ହେବେ । ବିରୋଧୀ ଦଳ ବାରମ୍ବାର ଏ ପ୍ରସଙ୍ଗରେ ସରକାରଙ୍କୁ  ଟାର୍ଗେଟ୍‌ କରୁଥିଲା । ନୂଆ ସରକାର ‘ସୁଭଦ୍ରା’  ଯୋଜନା ପରେ ଏସ୍‌ଏଚଜିକୁ ଭୁଲି ଗଲେ ବୋଲି  କହୁଥିଲେ । କିନ୍ତୁ ସରକାର ବିରୋଧୀଙ୍କୁ ଚୁପ୍‌  କରିବାକୁ ବଡ଼ ଯୋଜନା କରିଛନ୍ତି । ଏଚ୍‌ଏସଜିକୁ  ପୁଣି ଫୋକସ୍‌ କରିବେ ।ଗାଁ ଓ ସହରରେ  ମିଶନ ଶକ୍ତି ରିଟେଲ ମାର୍ଟ ଖୋଲିବେ । ପ୍ରଥମ  ପର୍ଯ୍ୟାୟରେ ୨୬୫୬ଟି ରିଟେଲ ମାର୍ଟ ଖୋଲିବାକୁ  ଯୋଜନା ହୋଇଛି।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ  ଏହାକୁ ପରିଚାଳନା କରିବେ । ଏସ୍‌ଏଚଜି  ଫେଡେରେସନକୁ ଏହାର ଦାୟିତ୍ୱ ଦିଆଯିବ ।  ଅଗଷ୍ଟ ସୁଦ୍ଧା ଏହି ମାର୍ଟ ଖୋଲିବାକୁ ଯୋଜନା  ଥିଲା । କିନ୍ତୁ ଏହା ଖୋଲିନଥିବାରୁ ସବୁ ଜିଲ୍ଲା  ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଡିଓଙ୍କୁ  ଚିଠି ଲେଖି କଡ଼ା ତାଗିଦ୍‌ କରିଛନ୍ତି ମିଶନ ଶକ୍ତି  ବିଭାଗର ସଚିବ ଶାଲିନୀ ପଣ୍ଡିତ । ତତ୍କାଳ କାମ  ଆରମ୍ଭ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)କୁ  ଏସ୍‌ଏମଇ(କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ)ରେ  ପରିଣତ ପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି ।  ଏଥିପାଇଁ ମିଶନ ମୋଡ୍‌ରେ କାମ କରିବାକୁ  କୁହାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ  ଉଦ୍ୟୋଗୀ କରିବାକୁ ଯୋଜନା ହୋଇଛି । ମହିଳାଙ୍କୁ  ନିଜ ଅଞ୍ଚଳରେ ରୋଜଗାର ଦେଇ ଆତ୍ମନିର୍ଭରଶୀଳ  କରାଯିବ । ଏଥିପାଇଁ ବିସ୍ତୃତ ଏସ୍‌ଓପି ତିଆରି ହୋଇଛି।  ଗାଁ ଓ ସହରରେ ଭିଡ଼ ହେଉଥିବା ସ୍ଥାନରେ ଏହି ମାର୍ଟ ଖୋଲାଯିବ । ଏଠାରେ ଦୈନିକ ଆବଶ୍ୟକ ଥିବା  ସାମଗ୍ରୀ, ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ସାମଗ୍ରୀ, ଏସ୍‌ଏଚଜି ଦ୍ୱାରା  ପ୍ରସ୍ତୁତ ସାମଗ୍ରୀ, ରାସନ ସାମଗ୍ରୀ ଓ ଖାଦ୍ୟ, କସମେଟିକସ୍‌,  ଥଣ୍ଡା ପାନୀୟ, ଅଫିସ ଉପକରଣ ଓ ଘରୋଇ ଉପକରଣ ବିକ୍ରି  ହେବ । ବ୍ୟବହାର ନ ହୋଇ ପଡ଼ି ରହିଥିବା ସରକାରୀ କୋଠା,  ଅଫିସ୍‌ ଓ ମାର୍କେଟ୍‌ କମ୍ପେ୍ଲକ୍ସରେ ଏହି ମାର୍ଟ ଖୋଲିବ । ଯେଉଁଠି ସ୍ଥାନର  ଅଭାବ ଥିବ ସେଠାରେ ପଞ୍ଚାୟତ ଅଫିସ୍‌ରେ ଏହାକୁ ଖୋଲି ହେବ । 

ତେବେ ରିଟେଲ ମାର୍ଟ ଆବଣ୍ଟନ ପାଇଁ ମଧ୍ୟ ସ୍ୱଚ୍ଛ ପ୍ରକ୍ରିୟା  ଆପଣାଯିବ । କାହା ଲବିରେ ବା କାହାକୁ ଅନୁକମ୍ପା ଦେଖାଇ ଏହି  ମାର୍ଟ ଆବଣ୍ଟନ କରାଯିବନି । ଏସ୍‌ଏଚଜି ଫେଡେରେସନ ଏହାକୁ  ନେବାକୁ ଚାହିଁଲେ ଏକ୍ସପ୍ରେସନ ଅଫ୍‌ ଇଣ୍ଟ୍ରେଷ୍ଟ(ଇଓଆଇ) ମଗାଯିବ ।  ଯୋଗ୍ୟ ଏସ୍‌ଏଚଜି ଫେଡେରେସନକୁ ବାଛି ରିଟେଲ ମାର୍ଟକୁ ଏହାର  ପରିଚାଳନା ଦାୟିତ୍ୱ ଦିଆଯିବ । ସେହିଭଳି ବିଡିଓ ଏବଂ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ(ଇଓ) ଏହି ମାର୍ଟ ପାଇଁ ଜାଗା ଯୋଗାଇବା ସହ  ଏହାର ଇଣ୍ଟେରିଅର କାମ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ମାର୍ଟର ଇଣ୍ଟେରିଆର ପାଇଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । 

ଗତ ସରକାର ସମୟରେ ଏହି ମିଶନ ଶକ୍ତି ରିଟେଲ ମାର୍ଟ  ଖୋଲିବାକୁ ଯୋଜନା ଥିଲା । କିନ୍ତୁ ଏହି ଯୋଜନା ଆଗକୁ ବଢ଼ି  ପାରିନଥିଲା । ଏବେ ଏହାକୁ ତତ୍କାଳ କାର୍ଯ୍ୟକ୍ଷମ ପାଇଁ ନୂଆ ସରକାର  ଅଣ୍ଟା ଭିଡ଼ିଛନ୍ତି । ନୂଆ ବର୍ଷ ସୁଦ୍ଧା ଏହି ମାର୍ଟ ଖୋଲିବାକୁ ନିର୍ଦ୍ଦେଶ  ଦିଆଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.