ବ୍ରହ୍ମପୁର,୨୮/୦୯: ଚତୁର୍ଥ ଦିନରେ ପହଞ୍ଚିଲା ବ୍ରହ୍ମପୁର ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଉଥିବା ବେଳେ ବହୁମାତ୍ରାରେ ରୋଗୀସେବା ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବ୍ରହ୍ମପୁର ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି । ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଉଛି । ଜରୁରୀ କାଳୀନ ସେବା ସହ କାଜୁଆଲଟି ଏବଂ ଅନ୍ୟ ବିଭାଗରେ ସେବା ବନ୍ଦ କରି ଆନ୍ଦୋଳନ ଜାରି ରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ରୋଗୀ ସେବା ବହୁତ ମାତ୍ରାରେ ବାଧାପ୍ରାପ୍ତ ହୋଇଛି ।