ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

୨୦୦୬ ଗୋଳାବନ୍ଧ ମଦମୃତ୍ୟୁ: ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇଝିଅଙ୍କ ବିବାହ କରିପାରିଲେନି ସରସ୍ୱତୀ, ଏବେ ବି ସତେଜ ରହିଛି ୧୮ ବର୍ଷ ତଳର କଳାଦିନ

ଗୋପାଳପୁର/ବ୍ରହ୍ମପୁର,(ପ୍ରହଲ୍ଲାଦ ସାହୁ): ଗଞ୍ଜାମ ଜିଲ୍ଲାରେ ମଦମୃତ୍ୟୁ ନୂଆ ନୁହେଁ । ମଦ ପାଇଁ ଅନେକ ପରିବାର ଛାରଖାର ହୋଇଯାଇଛି। ଜିଲ୍ଲାରେ ୧୯୯୪ରୁ ଆଜି ପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ୫୩ ଜଣଙ୍କ ମୃତ୍ୟୁ ହେଲାଣି । ତଥାପି ବିଷାକ୍ତ ମଦ କାରବାର  ବନ୍ଦ ହୋଇ ନାହିଁ । ମଦ ପିଇ ମରିଯାଇଥିବା ଲୋକଙ୍କ ପରିବାରରେ ଏବେ ବି ଦୁଃଖର ବୋଝ ହଟି ନାହିଁ । କିଏ ପୁଅକୁ ହରାଇ  ବାହୁନି କାନ୍ଦୁଛି ତ ଆଉ କିଏ ବାପା ବା ସ୍ୱାମୀକୁ ହରାଇ ଦୁଃଖରେ ଜୀବନ କାଟୁଛି । 

୨୦୦୬ରେ ଗୋଳାବନ୍ଧରେ ବିଷାକ୍ତ ମଦ  ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ଭିତରେ ଥିଲେ ଏ. ସରସ୍ୱତୀଙ୍କ ସ୍ୱାମୀ ଏ. ସନ୍ନ୍ୟାସୀ । ସେଲୁନରେ  କାମ କରି ସେ ପରିବାର ପ୍ରତିପୋଷଣ କରୁଥିଲେ । ୬ ଝିଅ ଓ ଗୋଟିଏ ପୁଅ । ପରିବାର ଲୋକ ବହୁ ଚେଷ୍ଟା କରି ବି ତାଙ୍କର ମଦ ଅଭ୍ୟାସ ଛଡ଼ାଇ ପାରି ନ ଥିଲେ । ୨୦୦୬ ଏପ୍ରିଲ୍‌ ୨୨ ତାରିଖ ସକାଳୁ ସନ୍ନ୍ୟାସୀ ସେଲୁନକୁ  ଯିବାକୁ ଘରୁ ବାହାରିଥିଲେ । କିଛି ସମୟ ପରେ ସେ ଅସୁସ୍ଥ ଥିବା ଖବର ଆସିଥିଲା । ପରିବାରର ସମସ୍ତେ  ଦୌଡ଼ିଥିଲେ ବଡ଼ ଡାକ୍ତରଖାନା । ପୁଅ ସେତେବେଳେ ସେନାରେ ଭର୍ତ୍ତି ହୋଇଥିବାରୁ ବାହାରେ ଥିଲା ।  

ଡାକ୍ତରଖାନାରେ କିଛି ସମୟ ଭିତରେ ସନ୍ନ୍ୟାସୀଙ୍କ ମୃତ୍ୟୁ ଖବର ଆସିଥିଲା । ପ୍ରଶାସନ ପକ୍ଷରୁ କେବଳ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ପୂର୍ବରୁ ୩ ଝିଅ ବିବାହ କରିଥିଲେ । ବହୁ କଷ୍ଟରେ ଆଉ ଗୋଟିଏ ଝିଅ ଓ ପୁଅକୁ ବିବାହ କରାଇଲେ । ପୁଅ ଏବେ ଚାକିରି କରୁଛି । ଅର୍ଥାଭାବ କାରଣରୁ ଦୁଇଝିଅର ବିବାହ କରାଇପାରିନଥିଲେ। ଏବେ ବି ସେଦିନର କଥା ମନେପଡ଼ିଲେ ଛାତିରେ କୋହ ଉଠୁଛି ବୋଲି ସରସ୍ୱତୀ କହିଛନ୍ତି । ଭଡ଼ା  ଘର,ଦୁଇଝିଅଙ୍କ ବୋଝ । ପରବର୍ତ୍ତୀ ସମୟରେ ଝିଅମାନେ ବି ମଜୁରି ଲାଗିବା ଆରମ୍ଭ କରିଥିଲେ । ଦୀର୍ଘ ୧୮ ବର୍ଷ ହେଲା ମୂଲ  ଲାଗି ଖାଉଛନ୍ତି। ମଦ କେବଳ ସ୍ୱାମୀଙ୍କ ଜୀବନ ନେଇନି, ଆମ ସୁଖ ସଂସାରକୁ ଭାଙ୍ଗିଦେଇଛି ବୋଲି କାନ୍ଦିକାନ୍ଦି କହିଛନ୍ତି ସରସ୍ୱତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.