ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ରମ୍ଭାରେ ୨୦୦୬ ମଦ ମୃତ୍ୟୁ ନେଇଥିଲା ୨୨ ଜୀବନ: ଆଜି ବି ଦେଉଛି ଯନ୍ତ୍ରଣା, ଦୃଷ୍ଟିଶକ୍ତି ହରାଇଥିଲେ ଅନେକ ଯୁବକ

ସୁନାର ସଂସାର ଉଜାଡ଼ି ଦେଇଛି ମଦ । କୋଉଠି ମା’ ବେସାହାରା ହୋଇଛି ତ କୋଉଠି ପରିବାର  ଏବେ ବି ରାସ୍ତାରେ । ସେ ଗୋଳାବନ୍ଧ ମଦମୃତ୍ୟୁ ହେଉ କି ଟୁକୁଲିପଡ଼ାର ଛାତିଥରା ଘଟଣା । ରମ୍ଭା  ମଦମୃତ୍ୟୁ ଏବଂ କୁମର-ଭୁନ୍ଦୁପାଲି ମଦମୃତ୍ୟୁର କ୍ଷତ ବି ଭରି ପାରିନି । କେବଳ ମଦ କାହିଁକି, ବିଷାକ୍ତ  କଫ୍‌ ସିରପ୍‌ ବି ଖୋଜି ଛଡ଼ାଇ ନେଇଛି ରୋଜଗାରିଆ ପୁଅକୁ । ଏବେ ମଧ୍ୟ ମଦ ଫାଶରୁ ମିଳୁନି ମୁକ୍ତି...

ଛତ୍ରପୁର/ଗଞ୍ଜାମ,(ରବୀନ୍ଦ୍ର ପଣ୍ଡା): ୨୦୦୬ ମସିହାର କଥା ।  ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମାରେ ପଞ୍ଚୁ ଦୋଳଯାତ୍ରାର ଅବସର । ଆଖପାଖ ଅଞ୍ଚଳର ଦିନ ମଜୁରିଆ ଟିକିଏ ମଉଜ୍‌ କରିବାକୁ ମଦ ପିଇଥିଲେ । ସେହି ମଉଜ୍‌ ସେମାନଙ୍କ ପାଇଁ ଭୟଙ୍କର  ଜୀବନସଜା ପାଲଟିଯିବ ସେକଥା କେହି କଳ୍ପନା କରି ନ  ଥିଲେ । ମଦମୃତ୍ୟୁର ବିଭୀଷିକା ଆରମ୍ଭ ହୋଇଥିଲା ଗଡ଼ହୁମ୍ମା  ବାଉରୀ ସାହିରୁ । ସମସ୍ତେ ଦିନ ମଜୁରିଆ, ଅଧିକାଂଶ ଯୁବକ,  ଗୋଡ଼ ହାତ ଚାଲିଲେ ପେଟକୁ ଦାନା ଯୋଗାଡ଼ ହୁଏ । ଦିନର  କଠିନ ପରିଶ୍ରମ ପରେ ମନ ଓ ଶରୀରକୁ ଟିକିଏ ହାଲୁକା କରିବା ସକାଶେ ମଦ ପିଇ ଜଣକ ପରେ ଜଣେ ଘରକୁ ଫେରିଥିଲେ । ପ୍ରଥମେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଆଉ କିଛି ଜଣ  ଅସୁସ୍ଥ ହୋଇ ପଡ଼ିଥିଲେ । ହେଲେ ମୃତ୍ୟୁକୁ ଲୁଚାଇବା  ପାଇଁ ମାଫିଆମାନେ ହୁମ୍ମା ଷ୍ଟେସନ୍‌ ନିକଟରେ ଗାତ ଖୋଳି  ପୋତି ଦେଇଥିଲେ । ପ୍ରଥମେ ନା ପୁଲିସ ନା ଅବକାରୀ ବିଭାଗ  ପାଖରେ କିଛି ଖବର ଥିଲା । ହେଲେ ପୋତା ହୋଇଥିବା ଯୁବକର  ମୁଣ୍ଡ ତା ପରଦିନ ସକାଳୁ ଆଖପାଖ ଗାଁ ଲୋକ ଦେଖିଥିଲେ । ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଲା ପରେ ଉକ୍ତ ଶବରୁ  ହିଁ ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌ ହୋଇଥିଲା ।  

ଶବ ଦେଖି ଜଣେ ବ୍ୟକ୍ତି ଗଡ଼ହୁମ୍ମା ବାଉରି ସାହିକୁ ଯିବା ପାଇଁ  ଇଙ୍ଗିତ କରିଥିଲେ । ଅଘୋଷିତ ଭାବେ ମଦ ମାଫିଆମାନେ ଗାଁକୁ ଏକରକମ ନାକା ବନ୍ଦୀ କରି ରଖିଥିଲେ । ପିଛିଲା ବାଟ ଦେଇ ଗାଁ  ଭିତରେ ସାମ୍ବାଦିକମାନେ ପହଞ୍ଚିବା ବେଳକୁ ଅନେକ ଯୁବକ ମରି  ନିଜ ଘର ବାରିପଟେ ଶୋଇ ରହିଥିଲେ । ଅନେକ ଯୁବକ ଯନ୍ତ୍ରଣାରେ  ଛାଟିପିଟି ହେଉଥିଲେ । ମାତ୍ର ସେମାନଙ୍କୁ ଡାକ୍ତରଖାନାକୁ ମଧ୍ୟ ଛାଡ଼ୁ  ନ ଥିଲେ ମାଫିଆ । ଯେଉଁମାନଙ୍କ ପ୍ରାଣ ଯାଉଥିଲା, ଗାଁ ନିକଟ ଏକ ଚାଞ୍ଚରା ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଉଥିଲେ । ଏହି  ମଦ ପିଇଥିବା ବେଲପଡ଼ା, ସାନରାମଚନ୍ଦ୍ରପୁର ପଞ୍ଚାୟତରୁ ଜଣଙ୍କ  ପରେ ଆଉ ଜଣଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା । କିଏ ମଲା,  କାହାର ଆଖିକୁ ଦେଖାଯାଉ ନଥିଲା । 

ଘଟଣା ଚାରିଆଡ଼େ ବ୍ୟାପିଯିବା  ପରେ ସବୁଆଡ଼େ ହଇଚଇ ଖେଳିଗଲା । ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା । ତତ୍କାଳୀନ ଗଞ୍ଜାମ ଏସ୍‌ପି ଡା. ରାଧାକୃଷ୍ଣ  ଶର୍ମା ଓ ଜିଲ୍ଲାପାଳ ସଞ୍ଜୟ ସିଂହ ଡାକ୍ତରଖାନାରେ ସ୍ଥିତି ପରଖିଥିଲେ । ଏହି ଘଟଣାରେ ପ୍ରାୟ ୨୨ ଜଣଙ୍କ ଜୀବନ ଯାଇଥିଲା ।  ଅନେକ ଯୁବକ ସବୁଦିନ ପାଇଁ ଅନ୍ଧ ହୋଇଯାଇଥିଲେ । ଏହି ଅଘଟଣର ସାକ୍ଷୀ ଅଛନ୍ତି ସାନରାମଚନ୍ଦ୍ରପୁରର ଦୃଷ୍ଟିହୀନ ଟି.କ୍ରିଷ୍ଣା  ପାତ୍ର । ଏହି ଘଟଣାରେ ବହୁ ପରିବାରର ସଂସାର ଉଜୁଡ଼ିଗଲା । ରାଜନେତାଙ୍କ ଗସ୍ତ ମଧ୍ୟରେ ଅନେକ ପ୍ରତିଶ୍ରୁତି ମିଳିଥିଲା ଯାହା  ଆଶ୍ୱାସନା ହୋଇ ରହିଗଲା । ମଦ ପ୍ରସ୍ତୁତିରେ ରାସାୟନିକ ଦ୍ରବ୍ୟର  ମିଶ୍ରଣ ବେଳେ ଭାଗ ମାପ ଠିକ୍‌ ହୋଇ ନ ପାରିବାରୁ ତାହା  ବିଷାକ୍ତ ହୋଇ ଅନେକଙ୍କ ଜୀବନ ନେଇଥିଲା । ବହୁ ଲୋକ  ଗିରଫ ହୋଇଥିଲେ, ବିଚାର ବିଭାଗୀୟ ତଦନ୍ତ ବି ହୋଇଥିଲା ।  ତେବେ ସେତେବେଳର ଏହି ମଦମୃତ୍ୟୁ ଘଟଣା ଆଜି ବି ଅନେକ  ପରିବାରକୁ ଦୁଃଖଶୋକରେ ବୁଡ଼ାଇ ରଖିଛି ।  ଗଡହୁମ୍ମାର ପଞ୍ଚୁ ଦାସ ଯୁବକ ଅବସ୍ଥାରେ ମଦମୃତ୍ୟୁର  ଶିକାର ହୋଇଥିଲେ । 

ସେତେବେଳେ ତାଙ୍କର ଛୋଟ ଛୋଟ  ପିଲା ଓ ସ୍ତ୍ରୀ ଥିଲେ । ସ୍ତ୍ରୀ ବର୍ତ୍ତମାନ ଆଉନାହାନ୍ତି । କିନ୍ତୁ ପଞ୍ଚୁ  ଦାସଙ୍କ ବଡ଼ବୋହୂଙ୍କ କହିବା କଥା, ଶ୍ୱଶୁର ମଦ ଲାଗି ମଲେ ।  ସେତେବେଳେ ୧୦ ହଜାର ଟଙ୍କା ସହାୟତା ମିଳିଥିଲା ।  କୁହାଯାଇଥିଲା ଆହୁରି ଟଙ୍କା ମିଳିବ, ଝିଅ ବିବାହକୁ ଟଙ୍କା  ମିଳିବ । ହେଲେ ଆଉ କିଛି ମିଳିଲାନି ।  ସେହି ଗାଁର ବିପିନି ଦାସଙ୍କ ମଧ୍ୟ ଜୀବନ ଯାଇଥିଲା ।  ଆଜି ବି ସ୍ୱାମୀଙ୍କୁ ଝୁରୁଛନ୍ତି ୭୦ ବର୍ଷୀୟା ସ୍ତ୍ରୀ କମା ଦାସ ।ସେହି ରାତିରେ ସ୍ୱାମୀ ମଦ ପିଇ ଘରକୁ ଆସିବା ଏବଂ  ଘରେ ପଡ଼ି ଛଟପଟ ହେବା ଭୁଲି ନ ଥିବା କହନ୍ତି  ସେ । ଡାକ୍ତରଖାନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ସହାୟତା  ଦିଆଯିବ ବୋଲି କୁହାଯାଇଥିଲା । ଏଥିପାଇଁ ରାଜରାସ୍ତାରେ  ଆନ୍ଦୋଳନ ମଧ୍ୟ କରିଥିଲୁ । ହେଲେ କିଛି ଫଳ ମିଳିଲାନି ।  

ଏବେ ଜୀବନ ଜୀବିକା ପାଇଁ ପୁଅମାନେ ଦାଦନ ଖଟିବାକୁ  ଯାଇଛନ୍ତି । ସେ ବୋହୂ ପାଖରେ ରହିଥିବା କହିଛନ୍ତି କମା ।  କନ୍ଧୁଣୀ ଦାସଙ୍କ ବୟସ ୬୦ ବର୍ଷ । ସେ କହିବା ପ୍ରକାରେ ସ୍ୱାମୀ  କନ୍ଧ ଦାସ ପଦରକୁ ଯାଇଥିଲେ, ସେଠାରୁ ଫେରି ମଦ ପିଇ ଅସୁସ୍ଥ  ହୋଇ ପଡ଼ିଥିଲେ । ମାଫିଆମାନେ ଚୋରା ମଦ ବିକୁଥିଲେ ।  ତାହାକୁ ପିଇ ସ୍ୱାମୀ ମେଡିକାଲରେ ମଲେ । ହେଲେ ତାଙ୍କୁ କିଛି  ସହାୟତା ମିଳିନଥିଲା । ପୁଅମାନେ ମୂଲ ଲାଗିବାକୁ ଯାଉଛନ୍ତି ।  ସେମାନେ ଯାହା ଖାଇବାକୁ ଦେଉଛନ୍ତି ଖାଇ ବଞ୍ଚିଛି । ଭଗବାନ  କାହାକୁ ଏହି ଦଣ୍ଡ ନ ଦିଅନ୍ତୁ ବୋଲି କାନ୍ଦିକାନ୍ଦି କହିଥିଲେ ସେ ।  

ସାନରାମଚନ୍ଦ୍ରପୁର ଗାଁରେ ମଦ ପିଇ ମରିଥିଲେ ଟି. ଗଙ୍ଗେୟା  ପାତ୍ର । ସ୍ତ୍ରୀ ଟି. ଆମି ପାତ୍ରଙ୍କ ବୟସ ଏବେ ୭୦ ବର୍ଷ । ସେ କହିବା  ପ୍ରକାରେ ମଦ ପିଇ ଆମ ଗାଁର ଆହୁରି କିଛି ଲୋକ ମରିଥିଲେ । ତେବେ  ସରକାରୀ ସାହାଯ୍ୟ କିଛି ମିଳିନାହିଁ । ସେହିପରି ବି.ସନ୍ୟାସୀ ପାତ୍ର  ହୋଟେଲରୁ କାମ କରି ଘରେ ପହଞ୍ଚିବା ପରେ ତଳେ ପଡ଼ିଯାଇଥିଲେ ।  ସ୍ତ୍ରୀ ବି.ବୁଡାମ୍ମା ସ୍ୱାମୀଙ୍କ ମୁଣ୍ଡରେ ତେଲ ଘଷି ଦେଇଥିଲେ । ହେଲେ  ଦେହ ସୁଧୁରି ନଥିଲା । ମୋର ନାନୀ ସ୍ୱାମୀଙ୍କୁ ବଡ଼ ଡାକ୍ତରଖାନା  ନେଇଥିଲା । ସେଠାରେ ତାଙ୍କ ଜୀବନ ଚାଲିଗଲା । ଏବେ ପିଲାପିଲି  କେହି ନାହାନ୍ତି, ସରକାରୀ ସହାୟତା କିଛି ମିଳି ନଥିଲା, ବହୁ କଷ୍ଟରେ  ଚଳୁଛି ବୋଲି କହିଛନ୍ତି ମୃତକଙ୍କ ସ୍ତ୍ରୀ ବୁଡାମ୍ମା ।  

ବିଷାକ୍ତ ମଦମୃତ୍ୟୁର ଅନ୍ୟତମ ସାକ୍ଷୀ ଟି. କ୍ରିଷ୍ଣା ପାତ୍ର । ସେ  କହନ୍ତି, ମଦ ପିଇ ମୁଁ ମଲିନି ସତ କିନ୍ତୁ ମରିବାଠାରୁ ଆହୁରି  ଅଧିକ ଯନ୍ତ୍ରଣା ଭୋଗୁଛି । ସବୁ ଦିନ ପାଇଁ ଅନ୍ଧ ହୋଇଗଲି ।  କୌଣସି କାମ କରିପାରୁନି । ସ୍ତ୍ରୀ କାମକୁ ଗଲେ ମୁଁ ଖାଉଛି ।  ସରକାରୀ ସହାୟତା ଦୂରର କଥା, ଓଲଟା କୋର୍ଟ କଚେରି ଯାଇ  ବହୁ ଟଙ୍କା ପଇସା ସରିଥିଲା ବୋଲି କହନ୍ତି ସେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.