ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଏଣିକି ଏକ୍ସ’ରେ ଦେଖିବାକୁ ମିଳିବନି ଲାଇକ, ଆସିଲା ନୂଆ ଅପଡେଟ

ନୂଆଦିଲ୍ଲୀ,୧୩/୬: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'x’ରେ ସାର୍ବଜନୀନ ହେବନି ଲାଇକ।  ଆପଣ ଯଦି କୌଣସି କଣ୍ଟେଣ୍ଟକୁ ଲାଇକ୍ କରିବେ ତେବେ ତାହା କେବଳ ଆପଣଙ୍କୁ ହିଁ ଦେଖାଯିବ । ପବ୍ଲିକ୍ ଲାଇକ୍ସକୁ ଡିଫଲ୍ଟ ଭାବେ ପ୍ରାଇଭେଟ୍ କରି ଦିଆଯାଇଛି । ଫଳରେ ଆପଣ ଅନ୍ୟ କାହାର ଲାଇକ୍ସକୁ ଦେଖି ପାରିବେ ନାହିଁ । ଏହାକୁ ନେଇ ଏକ ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଏଲନ ମସ୍କ ।  ସେ କହିଛନ୍ତି, ଯଦି ଆପଣମାନେ କୌଣସି କଣ୍ଟେଣ୍ଟକୁ ଏକ୍ସ’ରେ ଲାଇକ୍ କରିବେ ତେବେ ତାହା କେବଳ ଆପଣଙ୍କୁ ହିଁ ଦୃଶ୍ୟମାନ ହେବ ।

ଅନ୍ୟ କୌଣସି ଲୋକ ଉକ୍ତ ଲାଇକ୍ସକୁ ଦେଖି ପାରିବେ ନାହିଁ । ନିଜର ପୋଷ୍ଟ ପାଇଁ ନୋଟିଫିକେସନ ବକ୍ସରେ ଲାଇକ୍ସ କାଉଣ୍ଟ ଓ ଅନ୍ୟ ମ୍ୟାଟ୍ରିକ୍ସ ଦେଖାଯିବ ବୋଲି କହିଛନ୍ତି । ସେପଟେ  ଏକ୍ସରେ ଆଡଲ୍ଟ କଣ୍ଟେଣ୍ଟ ବହୁ ମାତ୍ରାରେ ଚାଲୁଛି । ସେକ୍ସୁଆଲ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ଏକ ଚର୍ଚ୍ଚିତ ସାଇଟରେ ଏହି ପ୍ଲାଟଫର୍ମରୁ ଖୁବ୍ ଟ୍ରାଫିକ୍ ଯାଇଥାଏ ବୋଲି ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହି ସୁବିଧା ଖୁବଶୀଘ୍ର ଲାଗୁ ହେବାକୁ ଯାଉଛୁ। ଫଳରେ ଆପଣ ଯେ କୌଣସି ବ୍ୟକ୍ତିଙ୍କ ପୋଷ୍ଟରେ ଲାଇକ୍ କଲେ ତାହା ସାର୍ବଜନୀନ ହେବନି । ଏହାକୁ  କେବଳ ଆପଣ ହିଁ ଦେଖିବାପାରିବେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.