ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

୯ ରୁ ଅଧିକ ତୀବ୍ରତାରେ ଆସିପାରେ ଏକାଧିକ ଭୂକମ୍ପ, ଆସିବ ୧୦୦ ଫୁଟର ସୁନାମୀ... ଡରାଇଲା ବୈଜ୍ଞାନିକଙ୍କ ଷ୍ଟଡି

ଓ୍ବାଶିଂଟନ୍,୧୩।୬: ଆମେରିକାକୁ ମାଡ଼ି ଆସୁଛି ବିପଦ। ପ୍ରଳୟଙ୍କାରୀ ସୁନାମୀ ନେଇଯିବ ଅନେକ ଜୀବନ।  ପଶ୍ଚିମ ଉପକୂଳ ସମୁଦ୍ର ଭିତରେ ଏକ ଫଲ୍ଟ ଲାଇନ୍‌ ରହିଥିବାର ଜଣାପଡିଛି। ବୈଜ୍ଞାନିକଙ୍କୁ ଆଶଙ୍କା ରହିଛି ଯେ, ଏହି ଫଲ୍ଟ ଲାଇନ୍ କୌଣସି ଗୋଟିଏ ଦିନରେ ଭୟଙ୍କର ଭୂମିକମ୍ପ ଓ ସୁନାମୀ ରୂପ ନେଇପାରେ। ଏହି ଫଲ୍ଟ ପ୍ରାୟ ୯୬୬ କିଲୋମିଟର ଲମ୍ବା ରହିଛି। ଯାହାକି ଦକ୍ଷିଣ କାନାଡାରୁ ଉତ୍ତର କାର୍ଲିଫର୍ଣ୍ଣିଆ ପର୍ଯ୍ୟନ୍ତ ରହିଛି। 

ବୈଜ୍ଞାନିକମାନେ ନିକଟରେ ଏହି ସାମୁଦ୍ରିକ ଅଞ୍ଚଳର ନକ୍ସା ତିଆରି କରିଥିଲେ। ଏହାପରେ ହୋଇଥିଲା  ଅଣ୍ଡର ଓ୍ବାଟର ମ୍ୟାପିଂ। ଏହି ଫଲ୍ଟ ଲାଇନ୍‌କୁ କାସକାଡିୟା ସବଡକ୍ସନ ଜୋନ୍ କୁହାଯାଏ। ସାଧାରଣ ଭାବରେ ଫଲ୍ଟ ଲାଇନ୍ ଦୁଇ ଭାଗରେ ରହିଥାଏ, କିନ୍ତୁ ଏହି ଫଲ୍ଟ ଲାଇନ୍ ଚାରି ଭାଗରେ ବାଣ୍ଟି ହୋଇ ଯାଇଛି। ଏହା ଏକ ବଡ଼ ବିପଦ ସଙ୍କେତ ପାଲଟି ପାରେ।  ଯଦି ଏଠାରେ ଟେକ୍ଟୋନିକ୍ ପ୍ଲେଟ୍ ଟିକେ ବି ହଲେ, ତେବେ ଫଲ୍ଟ ଲାଇନ୍ ବଡ଼ ପରିମାଣରେ ମାଟି ଉପରେ ଧ୍ବଂସ କରିପାରେ। ଏହାଦ୍ବାରା ଏକାଧିକ ଭୂମିକମ୍ପ ଆସିବାର ଆଶଙ୍କା ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, କାସକାଡିୟା ସବଡକ୍ସନ ଜୋନ୍‌ରେ ଏତେ ଶକ୍ତି ଅଛି ଯେ, ୯ରୁ ଅଧିକ ତୀବ୍ରତାରେ ଭୂକମ୍ପ ସୃଷ୍ଟି କରିପାରେ।

କାର୍ଲିଫର୍ଣ୍ଣିଆର ସେନ୍ ଆଣ୍ଡ୍ରିୟାସ୍ ଫଲ୍ଟ ଲାଇନ୍ ପାଖରେ ୮.୩ ତୀବ୍ରତାରେ ଭୂକମ୍ପ ଆଣିବାରେ କ୍ଷମତା ରହିଛି। ଏବେ ପ୍ରଶ୍ନ ଉଠୁଛି, ଯଦି ୯ ତୀବ୍ରତାରେ ଆମେରିକାର ପଶ୍ଚିମ ତଟରେ ଭୂମିକମ୍ପ ଆସେ, ତେବେ ଏହାର ପ୍ରଭାବ କିଭଳି ରହିବ ? କେତେ ନଷ୍ଟ ହେବ ? ଆମେରିକାର ପଶ୍ଚିମ ତଟରେ ୧୦୦ ଫୁଟ କିମ୍ବା ତାଠାରୁ ଅଧିକ ଉଚ୍ଚ ସୁନାମୀ ଲହରୀ ଉଠିବ। ଏହି କାରଣରୁ ୧୦ ହଜାର ଲୋକଙ୍କର ଜୀବନ ଯିବାର ଆଶଙ୍କା ରହିଛି। କେବଳ ଅରେଗାନ୍ ଓ ଓ୍ବାଶିଂଟନ୍‌ରେ ୮୦ ବିଲିୟନ ଡଲାର ଅର୍ଥାତ ୬.୬୮ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହେବ। କେବଳ ସେତିକି ନୁହେଁ, ଏହାପରେ ପାଣି ଜମିବା ଯୋଗୁଁ ବିଭିନ୍ନ ରୋଗରେ ପଡି ଅନେକ ଲୋକଙ୍କର ମୃତ୍ୟୁ ହୋଇପାରେ। 

୨୦୧୧ ରେ ଜାପାନରେ ଏଭଳି ଭୟଙ୍କର ଭୂମିକମ୍ପ ଓ ସୁନାମୀ ଆସିଥିଲା। ଏହାର କାରଣ ଥିଲା କାସକାଡିୟା ସବଡକ୍ସନ ଜୋନ୍ ଭଳି ଫଲ୍ଟ ଲାଇନ୍ ।ଏହି କାରଣରୁ ୯ ତୀବ୍ରତାରେ ଭୂମିକମ୍ପ ଆସିଥିଲା। ଏହାପରେ ଆସିଥିଲା ଭୟଙ୍କର ସୁନାମୀ। ଯେଉଁଥିପାଇଁ ଜାପାନରେ ପ୍ରାୟ ୨୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ବୈଜ୍ଞାନିକଙ୍କୁ ଚିନ୍ତା ରହିଛି କାସକାଡିୟା ସବଡକ୍ସନ ଜୋନ୍ ଜୋନ୍ ମଧ୍ୟ ଏଭଳି କିଛି କରିବ। ସାଧାରଣତଃ ଏହି ଜୋନ୍‌ରେ ୫୦୦ ବର୍ଷରେ ଏତେ ବଡ ଭୂକମ୍ପ ଆସିଥାଏ। ଗତ ଭୂକମ୍ପ ୧୭୦୦ ମସିହାରେ ଆସିଥିଲା। ଏହା କହିବା କଷ୍ଟକର ଯେ, ଆଗାମୀ ଭୂକମ୍ପ କେବେ ଆସିବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.