ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କୁଏତ ଫାୟାର ଟ୍ରଜେଡି: ୪୫ ଭାରତୀୟଙ୍କ ମୃତଦେହକୁ ଧରି ଉଡ଼ାଣ ଭରିଲା ସ୍ୱତନ୍ତ୍ର ବାୟୁସେନା ବିମାନ

ମଙ୍ଗାଫ,୧୪/୦୬: ମଧ୍ୟପ୍ରାଚ୍ୟ ଦେଶ କୁଏତର ମଙ୍ଗାଫ ସହରରେ ଏକ ୬ ମହଲା କୋଠାରେ ବୁଧବାର  ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୪୫ ଭାରତୀୟଙ୍କ ସମେତ ମୋଟ ୫୦ ଜଣ ପ୍ରାଣ ହରାଇଛନ୍ତି । ୫୦ରୁ ଅଧିକ ଆହତ  ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୪ କେରଳ, ୭ ତାମିଲନାଡୁ  ଓ ୨ ଓଡ଼ିଶାର ବୋଲି ଜଣାପଡ଼ିଛି । ସମସ୍ତେ ଶ୍ରମିକ ଭାବେ  କାର୍ଯ୍ୟ କରୁଥିଲେ । ମୃତକଙ୍କ ପରିବାରକୁ ସମ୍ପୃକ୍ତ କମ୍ପାନି  ପକ୍ଷରୁ ୮ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ନେଇ  ଘୋଷଣା କରାଯାଇଛି । ତେବେ ମୃତଦେହକୁ ଭାରତ ଫେରାଇ ଆଣିବାକୁ  ଭାରତୀୟ ଉଚ୍ଚ ଆୟୋଗଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ସି-୧୩୦ଜେ ୪୫ ମତଦେହକୁ ଧରି କୋଚିଂ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡ଼ା ବିଦେଶ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ବିମାନରେ ଆସୁଛନ୍ତି ।

ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ  କୁଏତ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କ ମୁତାବକ ନିଆଁରେ  ସମ୍ପୂର୍ଣ୍ଣ ପୋଡ଼ି ହୋଇଯିବା ଯୋଗୁ କିଛି ଭାରତୀୟ ଶ୍ରମିକଙ୍କ  ପରିଚୟ ମିଳିପାରି ନାହିଁ । ଅନେକ ଶବ କୋଠାର ଶିଡ଼ିରେ  ପଡ଼ିଥିବା ଦେଖିବାକୁ ମିଳିଥିଲା । ସେମାନେ ପ୍ରାଣ ବିକଳରେ  ତଳକୁ ପଳାଇ ଆସିବା ବେଳେ ନିଆଁ କବଳରେ ପଡ଼ିଥିବା  କୁହାଯାଉଛି । ଭାରତୀୟଙ୍କ ମୃତଦେହକୁ ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ୍‌ ଦ୍ୱାରା ସ୍ୱଦେଶ ଆଣାଯାଉଛି।ମନ୍ତ୍ରୀ ସିଂହଙ୍କ  ମୁତାବକ ଶବଗୁଡ଼ିକର ପରିଚୟ ମିଳିବା କ୍ଷଣି ସେମାନଙ୍କ  ପରିବାର ଲୋକଙ୍କୁ ସୂଚନା ଦିଆଯିବ ।

କୁଏତର ସ୍ଥାନୀୟ ସମୟ ଅନୁସାରେ  ବୁଧବାର ଭୋର ପ୍ରାୟ ୪ଟା ୩୦ରେ ଅଗ୍ନିକାଣ୍ଡ ଘଟିଥିଲା ।  କୋଠାର ତଳମହଲାରେ ଥିବା ରୋଷେଇଘରେ ନିଆଁ ଲାଗି  ବ୍ୟାପିଯାଇଥିଲା । ନିଆଁର ଗତି ଏତେ ପ୍ରଖର ଥିଲା ଯେ ଖୁବ  କମ୍‌ ସମୟରେ ଏହା ସମ୍ପୂର୍ଣ୍ଣ କୋଠାକୁ ବ୍ୟାପିଯାଇଥିଲା ।  ସେତେବେଳେ ଶ୍ରମିକମାନେ ଶୋଇରହିଥିଲେ । ସେମାନେ  ଉଠିବା ପରେ ଭୟରେ ଦୌଡ଼ାଦୌଡ଼ି କରିଥିଲେ ଏବଂ  କିଛି ଝରକା ଦେଇ ବାହାରକୁ ଡେଇଁଥିଲେ । ଅନେକ  ଲୋକ କୋଠା ମଧ୍ୟରେ ଫସି ରହି ଜଳିଯାଇଥିଲେ । କିଛି  ଲୋକ ଧୂଆଁରେ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିଲେ ।  ଅନ୍ୟ ମୃତକମାନେ ପାକିସ୍ତାନ, ଫିଲିପାଇନ୍ସ, ଇଜିପ୍ଟ ଓ  ନେପାଳର । ସେମାନେ ସମସ୍ତେ ଶ୍ରମିକମାନେ କାର୍ଯ୍ୟ  କରୁଥିଲେ । କୋଠାରେ ପ୍ରାୟ ୧୯୫ ଶ୍ରମିକ ରହୁଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.