ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଜୟଶଙ୍କର ପୁଣି ଥରେ ବିଦେଶ ମନ୍ତ୍ରୀ ହେବାରୁ ଚିନ୍ତାରେ ଚୀନ୍‌ ? କହିଲା ...

ବେଜିଂ : ଏସ୍ ଜୟଶଙ୍କର ଲଗାତାର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ବିଦେଶ ମନ୍ତ୍ରୀ ଭାବେ ପଦଭାର ସମ୍ଭାଳିଛନ୍ତି। ହେଲେ ବିଦେଶ ମନ୍ତ୍ରୀ ଭାବେ ଜୟଶଙ୍କର ପୁଣି ଥରେ ପଦ ସମ୍ଭାଳିବା ଚୀନ୍‌କୁ ପସନ୍ଦ ଆସିନାହିଁ। ଚୀନ୍‌ର ଅନେକ ଏକ୍ସପର୍ଟ ଏହି କଥାରେ ଘାବରେଇ ଯାଇଛନ୍ତି , କାରଣ ଏବେ ଭାରତର ଆଭିମୁଖ୍ୟ ଚୀନ୍‌କୁ ନେଇ ବଦଳିବ ନାହିଁ , କାରଣ ଜୟଶଙ୍କର ପୁଣିଥରେ ବିଦେଶ ମନ୍ତ୍ରଣାଳୟର ଚୌକିରେ। 

ଉଲ୍ଲେଖନୀୟ ଯେ ୬୯ ବର୍ଷିୟ ଜୟଶଙ୍କର ଭାରତୀୟ ଜନତା ପାର୍ଟି (ବିଜେପି)ର ସେହି ବରିଷ୍ଠ ନେତାଙ୍କ ମଧ୍ୟରେ ସାମିଲ, ଯାହାଙ୍କୁ ଗତ ସରକାରରେ ସମ୍ଭାଳି ଥିବା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇ ଥିଲା।

ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଜୟଶଙ୍କରଙ୍କୁ ନେଇ ଅନେକ ବିଶେଷଜ୍ଞଙ୍କ ରାୟ ପ୍ରକାଶିତ କରିଛି। ଏହା ନିଜର ଖବରରେ ଲେଖିଛି , ଜୟଶଙ୍କର ଆଉ ଥରେ ପଦ ସମ୍ଭାଳିବା ସହ ଚାଇନା ବିଶେଷଜ୍ଞଙ୍କୁ ଭାରତର ବିଦେଶ ନୀତିରେ କୌଣସି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନର ଆଶା ନାହିଁ। ସେ କହିଛି , ଭାରତ ଠାରୁ ଆଶା କରାଯାଉଛି କି, ଚୀନ-ଭାରତ ସମ୍ୱନ୍ଧରେ ସକରାତ୍ମକ ସଙ୍କେତ ପଠାଇବ ଏବଂ ଦ୍ୱିପାକ୍ଷୀୟ ସମ୍ୱନ୍ଧକୁ ଉତ୍ତମ ରୂପେ ଗଢିବ।

ମଙ୍ଗଳବାର ଚାଇନା ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ୍‌ , ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ନୂଆ କାର୍ଯ୍ୟକାଳରେ ଶୁଭେଚ୍ଛା ବାର୍ତ୍ତା ପଠାଇ ଥିଲେ। ସେ କହିଥିଲେ , ଚାଇନା ଦ୍ୱିପାକ୍ଷୀୟ ସମ୍ୱନ୍ଧକୁ ନେଇ ସଠିକ ଦିଗରେ ଆଗକୁ ବଢିବାକୁ ଭାରତ ସହ ମିଶି କାମ କରିବାକୁ ପ୍ରସ୍ତୁତ। ଚାଇନା ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତା ସେହି ଦିନ ପଠାଯାଇଛି, ଯେଉଁ ଦିନ ଜୟଶଙ୍କର ଲଗାତାର ଦ୍ୱିତୀୟ ଥର ଭାରତର ବିଦେଶ ମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ। ସେହିଦିନ ଜୟଶଙ୍କର ଭାରତୀୟ ସାମ୍ୱାଦିକଙ୍କୁ କହିଥିଲେ, ଚୀନ ସମ୍ୱନ୍ଧରେ ଭାରତର ଧ୍ୟାନ ସୀମା ସଂପର୍କିତ ମାମଲାକୁ ସମାଧାନ କରିବା ଉପରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.