ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ପଣ୍ଡିତ ଗାଁ ଛକରେ ସିରିଜ ଚୋରି, ୪ଟି ଦୋକାନର ତାଲା ଭାଙ୍ଗି ଟଙ୍କା ସହ ଜିନିଷପତ୍ର ଲୁଟି ନେଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୧୪/୬ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ନିକଟସ୍ଥ ପଣ୍ଡିତ ଗାଁ ଛକରେ ଗୁରୁବାର ରାତିରେ ସିରିଜ ଚୋରି ହୋଇଥିବା ଜଣାପଡ଼ିଛି । ୪ଟି ଦୋକାନର ତାଲା ଭାଙ୍ଗି ନଗଦ ୧୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ସହ ଜିନିଷପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୋକାନୀମାନେ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ସକାଳୁ ଚୋରି କଥା ଜଣାପଡ଼ିଥିଲା । ପଣ୍ଡିତ ଗାଁ ଛକରେ ଥିବା ଏନ.ପ୍ରସନ୍ନ ଦୋରାଙ୍କ ଲକ୍ଷ୍ମୀ ନାରାୟଣ ଚୁଡ଼ି ମହଲ ଓ ଷ୍ଟେସନାରୀ ଦୋକାନର ତାଲା ଭାଙ୍ଗି ଭିତରେ ପଶିବା ସହ ଡ୍ର ଭାଙ୍ଗି ସେଥିରେ ଥିବା ପ୍ରାୟ ୩ହଜାର ଟଙ୍କା ନେଇ ଯାଇଛନ୍ତି । ଏଥିସହ ବଡି ସ୍ପ୍ରେ, ପାଉଡର ଏବଂ ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ନେଇ ଯାଇଛନ୍ତି । 

ସିସିଟିଭି କ୍ୟାମେରା ଭାଙ୍ଗିବା ସହ ତାର ଛିଣ୍ଡାଇ ହାର୍ଡ ଡିସ୍କ ବାହାରେ ଫିଙ୍ଗି ଦେଇଛନ୍ତି । ଏହାସହ ଦରକାରୀ କାଗଜପତ୍ର ମଧ୍ୟ ଚିରି ଫୋପାଡ଼ି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ସେହିପରି ମା’ତାରିଣୀ ସେଲୁନର ତାଲା ଭାଙ୍ଗି ଡ୍ରରେ ଥିବା ପ୍ରାୟ ୩ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଏକ ସେଲୁନ ଓ ମା’ସନ୍ତୋଷୀ ଅଟୋ ଗ୍ୟାରେଜରୁ ମଧ୍ୟ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ରଖାଯାଇଥିବା ଗୋଟିଏ ନୂଆ ବାଇକକୁ ମଧ୍ୟ ଦୁର୍ବୃତ୍ତ ଚୋରି କରି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.