ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଗୋହିରା ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଡ୍ୟାମ୍‌ ଉପରୁ ବାଇକ୍ ଜବତ

ଦେବଗଡ଼, ୧୮/୦୬ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୋହିରା ଡ୍ୟାମ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ତଦନ୍ତ ପାଇଁ ପଠାଇଛି। ଡ୍ୟାମ୍ ଉପରୁ ମୃତ ଯୁବକଙ୍କ ବାଇକ୍ ଜବତ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ଦୁଧିଆନାଳୀ ପଞ୍ଚାୟତ ବାଙ୍ଗଦର୍ହ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ପୁଅ ବୁଦ୍ଧଦେବ ପ୍ରଧାନ (୨୬ ବର୍ଷ)। 

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟା ସମୟରେ ବୁଧଦେବ ନିଜ ହୋଣ୍ଡା ବାଇକ୍ ଯୋଗେ ଘରୁ ବାହାରି ଆସି ଆଉ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳୁ ରିଆମାଳ ଥାନା କଂସର ଫାଣ୍ଡି ଗୋହିରା ଡ୍ୟାମ ନିକଟରେ ତାଙ୍କର ମୃତଦେହ ପଡିଥିବା ଜାଣି ପରିବାର ପହଞ୍ଚିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଡ୍ୟାମ୍ ଉପରୁ ଯୁବକଙ୍କ ବାଇକ୍ ଜବତ ହୋଇଛି। ନିକଟରେ ସିଗାରେଟ୍, ଦିଆସିଲି, ପାଣି ବୋତଲ ଓ ମିକ୍ସଚର ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ବୁଧଦେବ ୪ ମାସ ତଳେ ବିବାହ କରିଥିଲେ। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.