ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାରଗିଲ ଯୁଦ୍ଧରେ ସହିଦ ନିରଞ୍ଜନଙ୍କ ପରିବାରକୁ ଭେଟିଲେ ସେନା ଟିମ

Published By : Anindita Ratha | July 12, 2025 1:03 PM

ଚାନ୍ଦବାଲି,୧୨/୦୭: କାରଗିଲ ଯୁଦ୍ଧରେ ଭଦ୍ରକ ଜିଲ୍ଲାର ସହିଦ  ନିରଞ୍ଜନ ବେହେରାଙ୍କ ପରିବାରକୁ ଭେଟିଲେ ଭାରତୀୟ ସେନାର ଏକ ଟିମ । ସହିଦ ପରିବାରର ସୁଖ ଦୁଃଖ ବୁଝିବା ସହ  ସମ୍ମାନିତ କଲେ । ତେବେ  ୧୯୯୯ ମସିହା କାରଗିଲ ଯୁଦ୍ଧରେ ଓଡ଼ିଶାର ନବମ ତଥା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତର ପାଙ୍ଗୁଡା ଗ୍ରାମର ନିରଞ୍ଜନ ବେହେରା ସହିଦ ହୋଇଥିଲେ । ଇତି ମଧ୍ୟରେ କାରଗିଲ ଯୁଦ୍ଧକୁ  ୨୬ ବର୍ଷ  ବିତିଯାଇଥିବା ବେଳେ ସହିଦଙ୍କ ପରିବାର କେମିତି ଅଛନ୍ତି ବୁଲି ବୁଲି ଦେଖୁଛନ୍ତି ଭାରତୀୟ ସେନାର ଏକ ଟିମ ।

 ଚାନ୍ଦବାଲିର ସହିଦ ନିରଞ୍ଜନ ବେହେରାଙ୍କ ଘରେ ଭାରତୀୟ ସେନାର ଟିମ୍ ପହଞ୍ଚି ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।  ପିଲାମାନେ କଣ କରୁଛନ୍ତି, ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି କି ନାହିଁ ? ପେନସନ ମିଳୁଛି କି ନାହିଁ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ତା ସହିତ ପ୍ରଶଂସା ପତ୍ର ଓ ଏକ ମେଡାଲ ପ୍ରଦାନ କରିଥିଲେ । ମାତ୍ର ସହିଦ ନିରଞ୍ଜନଙ୍କ ସମାଧି ପୀଠ ଅବହେଳିତ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନର ଉଦାସୀନତା ବିଷୟରେ ସେନା ମୁଖ୍ୟାଳୟକୁ ଜଣାଇବେ ବୋଲି ଉକ୍ତ ଟିମ ପ୍ରକାଶ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.