ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଡିପଥେରିଆକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ, ସଂକ୍ରମିତ ରୋଗୀଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ରାୟଗଡ଼ା, ୧୮।୬: ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ l ରାୟଗଡ଼ା ପରେ ଏବେ କୋରାପୁଟ ଓ କଳାହାଣ୍ଡିକୁ ମାଡ଼ିଲାଣି l ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର l ଏବେ ସୁଦ୍ଧା ଡିପଥେରିଆରେ ୩ ଜିଲ୍ଲାରେ ୨୧ ଜଣ ଚିହ୍ନଟ ହୋଇଥିବା ସୂଚନା l ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪ରୁ ୫ ଜଣ ସନ୍ଦିଗ୍ଧ ଡିପଥେରିଆ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଡିପଥେରିଆରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି l 

ଅନ୍ୟପଟେ ଡିପଥେରିଆକୁ ନେଇ ସ୍ୱାସ୍ଥ୍ୟ ବିଭାଗ ବଡ଼ ପଦକ୍ଷେପ ନେଇଛନ୍ତି l କାଲିଠାରୁ କାଶୀପୁରରେ ବୁଷ୍ଟର ଡୋଜ୍ ଟିକା ଦିଆଯିବ l ୧ ବର୍ଷ ବୟସ ଶିଶୁଙ୍କୁ ପେଣ୍ଟା ଡୋଜ୍ ଦିଆଯିବା ସହ ୫ରୁ ୧୫ ବର୍ଷ ବୟସ୍କଙ୍କୁ TD ଡୋଜ୍ ଦିଆଯିବ l ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି l ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ଏବେ ଗାଡଲାଇନ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭେଲେନ୍ସ ଚାଲିଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭେଲାନ୍ସ ହେବ ।

ଆଗ୍ରା, ହାଇଦରାବାଦରୁ ଆଣ୍ଟି ଡିପଥେରିଆଲ ସିରମ୍ ଅଣାଯାଇ ଆକ୍ରାନ୍ତଙ୍କୁ ଦିଆଯାଉଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଟିମ୍ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଆଣ୍ଟିବାୟୋଟିକ୍ ଦ୍ଵାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ । ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.