ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା

ବୈପାରୀଗୁଡା, ୧୮/୦୬ : ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ। ନିଜକୁ ସିବିଆଇ ପୋଲିସ କହି ଲୋକଙ୍କ ଠାରୁ ଟଙ୍କା ଲୁଟୁଥିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ବୈପାରୀଗୁଡାରେ ଘଟିଛି ଏଭଳି ଘଟଣା। ଗିରଫ ହୋଇଥିବା ଅଭିଯୁକ୍ତ କୁନ୍ଦୁରା ବ୍ଲକ ଘୁମର ପଞ୍ଚାୟତ ଗାଣ୍ଠିଆଗୁଡାର ଖୋଗେଶ୍ୱର ଗଣ୍ଠିଆ ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ, ଗତ ଜୁନ ୧୧ ତାରିଖ ଦିନ ଥାଟୁଗୁଡାରେ ଲକ୍ଷ୍ମୀ ହରିଜନ ନାମକ ଜଣେ ମହିଳାଙ୍କୁ ଦେଶୀ ବନ୍ଧୁକ ଦେଖାଇ ନିଜକୁ ସିବିଆଇ କହି ଟଙ୍କା ଲୁଟିବା ପାଇଁ ଉଦ୍ୟମ କରିଥିଲେ ଅଭିଯୁକ୍ତ। ଏନେଇ ମହିଳା ଜଣକ ବୈପାରୀଗୁଡା ଥାନରେ ଏତଲା ଦେଇଥିଲେ। ବୈପାରୀଗୁଡା ପୋଲିସ କୌଶଳ କ୍ରମେ ଗାଣ୍ଠିଆଗୁଡାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରି ଜୟପୁର କୋର୍ଟ ଚାଲାଣ କରିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.