ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାହରାଇଚ୍ ହିଂସା ମାମଲାରେ ନୂଆ ମୋଡ଼, ନିଜ ଦଳର ନେତାଙ୍କ ବିରୋଧରେ ମାମଲା ରୁଜୁ କଲେ ବିଜେପି ବିଧାୟକ...

ନୂଆଦିଲ୍ଲୀ:  ୟୁପିର ବାହରାଇଚ୍ ହିଂସା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । ସୋମବାର ବିଜେପି ବିଧାୟକ ସୁରେଶ୍ୱର ସିଂ ତାଙ୍କ ନିଜ ଦଳର ନେତାଙ୍କ ବିରୋଧରେ ମାମଲାରେ ଦାଖଲ କରିଛନ୍ତି । ଏଥିରେ ସେ ୭ ଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଏହି ୭ ଜଣଙ୍କ ମଧ୍ୟରେ ବିଜେପି ନଗର ସଭାପତି ଅର୍ପିତ ଶ୍ରୀବାସ୍ତବଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ଏଫଆଇଆରରେ ଏକ ଅଜ୍ଞାତ ଲୋକର ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ବିଜେପି ବିଧାୟକ ଅଭିଯୋଗ କରିଛନ୍ତି ଯେ, ରାମ ଗୋପାଳ ମିଶ୍ର ହତ୍ୟା ମାମଲା ପରେ ଡାକ୍ତରଖାନା ଛକ ନିକଟରେ ବିରୋଧ କରୁଥିବା ଜନତା ତାଙ୍କ କାରକେଡ ଉପରକୁ ପଥର ଫିଙ୍ଗିବା ସହ ଗୁଳି ଚଳାଇଥିଲେ ।

ନଗର ପୋଲିସ ଷ୍ଟେସନରେ ବିଧାୟକ ସୁରେଶ୍ୱର ସିଂଙ୍କ ଏଫଆଇଆର ଅନୁଯାୟୀ, ଅକ୍ଟୋବର ୧୩ ରେ ମହାରାଜଗଞ୍ଜରେ ହିଂସା ଘଟଣାରେ ମୃତ୍ୟୁବରଣ କରିଥିବା ରାମ ଗୋପାଳଙ୍କ ମୃତଦେହକୁ ବାହରାଇଚ ମେଡିକାଲ କଲେଜ ବାହାରେ ଥିବା ଫାଟକରେ ରଖି ଜନତା ବିରୋଧ କରିଥିଲେ । ସେ ତାଙ୍କ ଅଙ୍ଗରକ୍ଷୀ ଏବଂ ଅନ୍ୟ ସହଯୋଗୀ ମାନଙ୍କ ସହିତ ମୃତଦେହ ରଖିଥିବା ଲୋକଙ୍କ ନିକଟରେ ପହଞ୍ଚିଥିଲେ । ଏହା ପରେ ସେ ଡିଏମଙ୍କୁ ଭେଟିବା ପାଇଁ CMO କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଯେଉଁଠାରେ CMO ଏବଂ ସିଟି ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ । 

ବିଧାୟକ ଦାବି କରିଛନ୍ତି ଯେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ସେ ମୃତକଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିଥିଲେ । ସେମାନଙ୍କ ସହିତ କଥାବାର୍ତ୍ତା କରିବା ପରେ ସେମାନେ ଶବକୁ ମୋର୍ଚାରକୁ ନେଇଥିଲେ । ଏହି ସମୟରେ ବିଜେପି ନଗର ସଭାପତି ଅର୍ପିତ ଶ୍ରୀବାସ୍ତବ ଏବଂ ଅନ୍ୟ ବିଜେପି କର୍ମୀ ତାଙ୍କ ଉପରକୁ ଆକ୍ରମଣ କରିବା ସହ ଦୁର୍ବ୍ୟବହାର କରିଥିଲେ। 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.