ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଲକ୍ଷ୍ନୌରେ ଅଘଟଣ, ଗ୍ୟାସ୍‌ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ମୃତ

ନୂଆଦିଲ୍ଲୀ,୨୨/୧୦:ଉତ୍ତରପ୍ରଦେଶର ଲକ୍ଷ୍ନୌରେ  ଅଘଟଣ।  ଗ୍ୟାସ୍‌ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ। ସେହିପରି ୮ ଜଣ ଗୁରୁତର ଥିବା ଜଣାପଡିଛି। ତେବେ ଲକ୍ଷ୍ନୌର ବୁଲନ୍ଦ ସହରର ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ରହୁଥିବା ରିୟାଜୁଦ୍ଦିନଙ୍କ ଘରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ରିୟାଜୁଦ୍ଦିନ ଶଟରିଙ୍ଗ କାମ କରୁଥିବା ବେଳେ ତାଙ୍କର ପରିବାରରେ ପ୍ରାୟ ୧୮ ଜଣ ସଦସ୍ୟ ରୁହନ୍ତି । ଗତ ରାତିରେ ଅଧିକାଂଶ ପରିବାର ସଦସ୍ୟ ଘରେ ଥିବା ବେଳେ ହଠାତ୍‌ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୮ ଜଣ ଗୁରୁତର ହୋଇଛନ୍ତି । ଏନେଇ ସମସ୍ତ ଗୁରୁତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ମୃତକଙ୍କ ମଧ୍ୟରେ ୩ ପୁରୁଷ ଓ ୩ ମହିଳା ଥିବା ଜଣାଯାଇଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌, ଅଗ୍ନିଶମ ବାହିନୀ, NDRF ଟିମ୍‌, ପ୍ରଶାସନିକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ବେଳେ ଘଟଣାସ୍ଥଳକୁ ଛାନଭିନ କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି। ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଗୁରୁତରଙ୍କ ପାଇଁ ଉତ୍ତର ସ୍ୱାସ୍ଥ୍ୟାସେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.