ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ, ଲାଗୁ ହେଲା GRAP-2 କଟକଣା

ନୂଆଦିଲ୍ଲୀ,୨୧।୧୦: ଦିଲ୍ଲୀ ଏନ୍‌ସିଆରରେ ଲଗାତାର ବଢୁଥିବା ବାୟୁ ପ୍ରଦୂଷଣର ସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ(GRAP) ର ଦ୍ବିତୀୟ ପର୍ପ୍ୟାୟ କଟକଣା ଲଗାଯାଇଛି। GRAP କମିଟି ନିକଟରେ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏୟାର କ୍ବାଲିଟି ମେଣ୍ଟେନ୍ କମିଶନ୍ GRAPର ସଂଶୋଧିତ ନିୟମକୁ ଲାଗି କରିବା ନେଇ ବୈଧାନିକ ନିର୍ଦେଶ ଜାରି ରଖିଛନ୍ତି। ଏହା ପୂର୍ବରୁ GRAP ନିୟମକୁ ଲାଗୁ କରିବା ପାଇଁ ଗଠିତ ଉପ କମିଟି ନିଜ ବୈଠକରେ ଏକ୍ୟୁଆର ସହ ପାଣିପାଗ ବିଭାଗ ପକ୍ଷରୁ ଉପଲବ୍ଧ କରାଯାଇଥିବା ପୂର୍ବାନୁମାନର ବ୍ୟାପକ ସମୀକ୍ଷା କରିଛି। 

ଦିଲ୍ଲୀରେ ସୋମବାର ସକାଳେ ଏକ୍ୟୁଆଇ ୩୦୦ ଆଖପାଖ ରହିଥିଲା ସେଭଳି ସନ୍ଧ୍ୟା ୪ଟା ବେଳେ ୩୧୦ ରେକର୍ଡ କରାଯାଇଥିଲା। ଆଇଏମ୍‌ଡିର ପୂର୍ବାନୁମାନରୁ ସଙ୍କେତ ମିଳିଛି ଯେ, ପ୍ରତିକୂଳ ପରିବେଶ ସମ୍ପର୍କିତ ପରିବେଶ ଓ ଶାନ୍ତ ବାୟୁ କାରଣରୁ ଆଗାମୀ ଦିନରେ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଦୂଷଣରୁ ମୁକ୍ତି ମିଳିବନି। ଦିଲ୍ଲୀରେ ଏକ୍ୟୁଆଇର ଖୁବ୍ ଖରାପ ଶ୍ରେଣୀ(୩୦୧ ରୁ ୪୦୦) ରହିବାର ସମ୍ଭାବନା ରହିଛି। ଏହି କାରଣରୁ ଦେଖ ଉପ-କମିଟି ମଙ୍ଗଳବାର ସକାଳ ୮ଟାରୁ GRAPର ଦ୍ବିତୀୟ ପର୍ଯ୍ୟାୟ କଟକଣା ଲାଗୁ କରିବାର ନିଷ୍ପତ୍ତି ନେଇଛି। 

ଆୟୋଗ ପକ୍ଷରୁ ଗ୍ରାପ୍‌ର ଦ୍ବିତୀୟ ପର୍ଯ୍ୟାୟ କଟକଣା ଅନୁସାରେ ଚିହ୍ନଟ ସଡକରେ ପ୍ରତିଦିନ ଭାକ୍ୟୁମ୍ ସ୍ବିପିଂ ଓ ପାଣି ପକାଇବାର ନିର୍ଦେଶ ଜାରି କରାଯାଇଛି। ଦାୟୀ ଅଧିକାରୀ  ଓ କର୍ମଚାରୀଙ୍କୁ ସଡକରୁ ଧୁଳିକୁ ରୋକିବା ପାଇଁ ପ୍ରତି ଦୁଇ ଦିନରେ ପାଣି ପକାଇବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଶେଷ ଭାବରେ ହଟସ୍ପଟ୍‌, ପ୍ରବଳ ଟ୍ରାଫିକ୍ ଥିବା ଅଞ୍ଚଳ ଓ ଲ୍ୟାଣ୍ଡଫିଲ୍ ଥିବା ସ୍ଥାନ ପାଇଁ ଗାଇଡ ଲାଇନ୍ ପାଳନ କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.