ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଋଷ ସେନାରୁ ମୁକ୍ତି ପାଇଲେ ୮୫ ଭାରତୀୟ ଯୁବକ, ଏବେ ବି ଅଛନ୍ତି ୨୦ ଜଣ: ବିକ୍ରମ ମିଶ୍ରି

Image Courtesy: indiatvnews

ନୂଆଦିଲ୍ଲୀ: ଋଷ ସେନାରେ ସାମିଲ ଥିବା ଭାରତୀୟଙ୍କୁ ମୁକ୍ତ କରାଯାଉଛି । ଭାରତ ସରକାରଙ୍କ ଆଲୋଚନା ପରେ ମସ୍କୋ ପ୍ରାୟ ୮୫ ଭାରତୀୟଙ୍କୁ ମୁକ୍ତ କରାଯାଇଛି ବୋଲି ସୋମବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାଜାନ ଗସ୍ତ ପୂର୍ବରୁ ମସ୍କୋ ଭାରତୀୟ ନାଗରିକଙ୍କୁ ମୁକୁଳାଇଛି । ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ, ପ୍ରାୟ ୮୫ ଜଣଙ୍କୁ ମୁକ୍ତ କରାଯାଇଥିବା ବେଳେ ଆହୁରି ୨୦ ଜଣ ଏବେ ବି ଋଷ ସେନାରେ ସାମିଲ ଅଛନ୍ତି । ସେମାନଙ୍କୁ ସେଠାରୁ ମୁକ୍ତ କରିବା ଲାଗି ପ୍ରକ୍ରିୟା ଜାରି ରହିଛି ।   

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଋଷ ଗସ୍ତ ପୂର୍ବରୁ ଏହି ଖବର ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ  ୨୨-୨୩ ଅକ୍ଟୋବରରେ ମୋଦୀ କାଜାନ ଗସ୍ତ କରିବେ । ୧୬ ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ମୋଦୀ ।   ଏଥର ବ୍ରିକ୍ସ ସମ୍ମିଳନୀର ଆୟୋଜନ ଋଷ କରୁଛି । 

ଚଳିତବର୍ଷ ଜାନୁଆରିରେ ଜଣାପଡ଼ିଥିଲା ଯେ, ଭାରତୀୟ ଯୁବକମାନଙ୍କୁ ଧୋକା ଦେଇ ଋଷ ସେନାରେ ଭର୍ତ୍ତି କରାଯାଉଛି । ପରେ ବୈଦେଶିକ ମନ୍ତ୍ରାଳୟ ଏ କଥାକୁ ସ୍ବୀକାର କରିଥିଲେ ସୁଦ୍ଧା ପ୍ରକୃତ ସଂଖ୍ୟା ଜଣାଇନଥିଲା । ସେପଟେ ୮୦-୯୦ ଭାରତୀୟ ଯୁବକ ଋଷ ସେନାରେ ସାମିଲ ଥିବା ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ । ଭଲ ଚାକିରିର ଲୋଭ ଦେଖାଇ ସେମାନଙ୍କୁ ୟୁକ୍ରେନ୍‌ ବିରୋଧରେ ଲଢ଼ିବା ଲାଗି ଋଷ ସେନାରେ ସାମିଲ କରାଯାଇଛି ବୋଲି କହିଥିଲେ ଜୟଶଙ୍କର ।  

ପରବର୍ତ୍ତୀ ସମୟରେ ଜୁଲାଇରେ ମସ୍କୋ ଗସ୍ତ ସମୟରେ ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀଙ୍କ ବ୍ୟତୀତ ଜୟଶଙ୍କର ମଧ୍ୟ ଋଷ ପ୍ରତିପକ୍ଷ ସର୍ଜେଇ ଲାଭରୋଭଙ୍କୁ ବିଭିନ୍ନ ସମୟରେ ଏନେଇ ଜଣାଇଥିଲେ  । ତେବେ ଆଗକୁ ପୁଟିନ୍‌ ଏବଂ ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାକୁ ଥିବା ବେଳେ ଭାରତ ସମାନ ପ୍ରସଙ୍ଗ ଦୋହରାଇବ ବୋଲି ଆଶଙ୍କା କରି ମସ୍କୋ ଭାରତୀୟ ଯୁବକଙ୍କୁ ସେନାରୁ ମୁକ୍ତ କରିଛି । 

  • Russia
  • Russia Military
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.