ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଗାଜାରେ ପୁଣି ଥରେ ଲାଗିଲା ଶବର ପାହାଡ଼ , ହମାସକୁ କାହିଁକି ମିଛ କହିଲା ଇସ୍ରାଏଲ... ?

ନୂଆଦିଲ୍ଲୀ - ପୂରା ଦୁନିଆ ଫଟୋ ଗୁଡ଼ିକରେ ଗାଜାର ଭୀଷଣ ରକ୍ତପାତ ଓ ନରସଂହାର ଦେଖୁଛି। ବିଭିନ୍ନ ରିପୋର୍ଟ ଅନୁସାରେ, ହମାସର ଏହି ପ୍ରମୁଖ ଗଡ଼ରେ ମୃତକଙ୍କ ସଂଖ୍ୟା ୪୫ ହଜାର ଅତିକ୍ରମ କରି ସାରିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ମହିଳା ଓ ଶିଶୁ ଅଛନ୍ତି। ଗାଜାରେ ସଦ୍ୟ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୮୦ ହଜାର ଅତିକ୍ରମ କରିଛି। ଏହି ଦାବି ଉପରେ ଇସ୍ରାଏଲର ସେନା କହିଛି କି, ଗାଜାରେ ତାର ହମଲାରେ ମୃତକଙ୍କ ସଂଖ୍ୟା ସେତିକି ନୁହେଁ , ଯେତିକି ହମାସ ଦୁନିଆରେ ଚିତ୍କାର କରି କହୁଛି। ଆଇଡିଏଫ୍‌ ରବିବାର ବୟାନ ଦେଇଛି କି ଗାଜାରେ ଇସ୍ରାଏଲର ଏହି ଅପରେସନକୁ ନରସଂହାର କୁହାଯାଇ ପାରିବ ନାହିଁ। 

ହମାସ ଆତଙ୍କୀମାନେ ଶନିବାର ବିଳମ୍ୱିତ ରାତିରେ ବୟାନ ଦେଇଛନ୍ତି କି ଉତ୍ତର ଗାଜା ପଟ୍ଟିର ବେତ ଲାହିଆରେ ଆଇଡିଏଫ୍‌ର ଆଉ ଏକ ହତ୍ୟାକାଣ୍ଡରେ ୮୦ ଲୋକ ନିଜ ଜୀବନ ହରାଇଛନ୍ତି। ହମାସର ଏହି ଦାବି ଉପରେ ଆଇଡିଏଫ୍‌ ବୟାନ ଜାରି କରିଛି। ସେ କହିଛି କି ଗାଜାରେ ସରକାରୀ କାର୍ଯ୍ୟାଳୟ ଦ୍ୱାରା ଇସ୍ରାଏଲର ଅପରେସନରେ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ଖୁବ୍‌ ଅଧିକ ଥିବା କୁହାଯାଉଛି। ବାସ୍ତବରେ ଏହା ସେତିକି ନୁହେଁ, ଏଥିପାଇଁ ଏହାକୁ ନରସଂହାର କହିବା ଠିକ୍‌ ନୁହେଁ। 

ହମାସ ବୟାନ ଜାରି କରି ଦାବି କରିଛି କି, ଇସ୍ରାଏଲ ପଟ୍ଟୀର ନରସଂହାର କରିଛି। ହମାସର ନୂଆ ଚିଫ୍‌ ୟାହ୍ୱା ସିନୱାରର ନିପାତ ପରେ ହମାସ ନେତାର ସମ୍ଭାବିତ ପ୍ରାର୍ଥୀ ଖଲିଲ ଅଲ-ହୟା ଅଲ୍‌ ଜଜିରାକୁ କହିଛନ୍ତି, ଇସ୍ରାଏଲ ଉତ୍ତର ଗାଜାରେ ଆମ ଲୋକଙ୍କୁ ମାରି ଦେବାକୁ ଏକ ଯୋଜନାବଦ୍ଧ ଅଭିଯାନ ଚଲାଇଛି।

ଆଇଡିଏଫ୍‌ ପ୍ରବକ୍ତା ତୁରନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି, ଗାଜା ଉପରେ ସରକାରୀ ନିୟନ୍ତ୍ରଣ ହମାସ ପାଖରେ ରହିଛି। ଏଥିପାଇଁ ପ୍ରାରମ୍ଭିକ ଯାଞ୍ଚ ଅନୁସାରେ, ତାଙ୍କର ଅପରେସନରେ ମୃତକଙ୍କ ସଂଖ୍ୟା ଯାହା କୁହାଯାଉଛି, ତାହା ସଂପୂର୍ଣ୍ଣ ଭୁଲ। ଆଇଡିଏଫ୍‌ ପାଖରେ ଥିବା ସୂଚନାରେ ଏହି ତଥ୍ୟ ମିଶୁ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.