ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଅଷ୍ଟ୍ରେଲିଆ ସଂସଦକୁ ସମ୍ବୋଧନ କରିବାକୁ ଯାଇଥିଲେ କିଙ୍ଗ ଚାର୍ଲ୍ସ , ମହିଳା ସାଂସଦ କଲେ ବିରୋଧ; କହିଲେ- ଆପଣ ଆମ ରାଜା ନୁହନ୍ତି

ସିଡନୀ,୨୧।୧୦: ଅଷ୍ଟ୍ରେଲିଆ ସଂସଦକୁ ସମ୍ବୋଧିତ କରିବାକୁ ପହଁଞ୍ଚିଥିବା ବ୍ରିଟେନ୍‌ର କିଙ୍ଗ ଚାର୍ଲସ୍‌ଙ୍କୁ ହେବାକୁ ପଡିଛି ବିରୋଧର ସମ୍ମୁଖୀନ। ଅଷ୍ଟ୍ରେଲିଆ ସାଂସଦ ଲିଡିଆ ଥୋର୍ପ ତାଙ୍କ ବିରୋଧରେ ଜୋରଦାର ନାରାବାଜି କରିଛନ୍ତି। ଏହା ସହ କହିଛନ୍ତି, ଏହା ଆପଣଙ୍କ ଦେଶ ନୁହେଁ, ଆମ ମାଟି ଓ ଆପଣ ଏହାକୁ ଛାଡି ଚାଲି ଯାଆନ୍ତୁ। ଏହି ସମୟରେ ସବୁ ସାଂସଦ ଲିଡିୟା ଥୋର୍ପଙ୍କ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଲିଡିୟା ହଠାତ ଚିଲାଇବାରେ ଲାଗିଥିଲେ। କହିଥିଲେ, ଆମର ଭୂଖଣ୍ଡ ଆମକୁ ଫେରାଇ ଦିଅ। ଏହି ମାଟି ଯାହାକୁ ଆପଣମାନେ ଆମଠାରୁ ଚୋରାଇ ନେଇଛନ୍ତି ଓ ତାକୁ କବଜା କରି ନେଇଛନ୍ତି।’ ଅଷ୍ଟ୍ରେଲିଆ ସାଂସଦ ପ୍ରାୟ ୧ ମିନିଟ୍ ପର୍ଯ୍ୟନ୍ତ ଚିଲାଇଥାନ୍ତି ଓ ଘଟଣାସ୍ଥଳରେ ହୋହଲ୍ଲା କରିବା ଆରମ୍ଭ କରିଦେଇଥିଲେ। 

କୌଣସି ପ୍ରକାର ମାର୍ଶଲଙ୍କ ସାହାଯ୍ୟରେ ଲିଡିୟା ଥୋର୍ପଙ୍କୁ ସମ୍ଭଳା ଯାଇଥିଲା ଓ ପୁଣିଥରେ ଯାଇ ୭୫ ବର୍ଷୀୟ କିଙ୍ଗ ଚାର୍ଲସ୍ ନିଜର ସମ୍ବୋଧନ ଆରମ୍ଭ କରିଥିଲେ। ସ୍ବାଧିନତାର ୧୨୩ ବର୍ଷ ବିତିବା ପରେ ଏବେ ଅଷ୍ଟ୍ରେଲିଆ ଗଣତନ୍ତ୍ର ହୋଇପାରିନି। ଅଷ୍ଟ୍ରେଲିଆର ନିର୍ଦ୍ଦଳୀୟ ସାଂସଦ ରାଜତନ୍ତ୍ରକୁ ବିରୋଧ କରି କହିଛନ୍ତି, ତୁମେ ଆମର ରାଜ ନୁହେଁ ନା ଏହା ତୁମର ଜମି। ତାଙ୍କର ନାରାବାଜି କାରଣରୁ କିଙ୍ଗ ଚାର୍ଲ୍ସଙ୍କୁ ନିଜର ଭାଷଣ ରୋକିବାକୁ ପଡିଥିଲା। ଏହାପରେ ସୁରକ୍ଷାକର୍ମୀ ଥୋର୍ପଙ୍କୁ ବାହାରକୁ ନେଇ ଯାଇଥିଲେ। 

ଉଲ୍ଲେଖନୀୟ ଯେ, ଅଷ୍ଟ୍ରେଲିଆ ପ୍ରାୟ ଏକ ଶତାବ୍ଦୀ ପର୍ଯ୍ୟନ୍ତ ବ୍ରିଟେନର ଉପନିବେଶ ଥିଲା। ୧୯୦୧ ରେ ଅଷ୍ଟ୍ରେଲିଆରେ ସ୍ବତନ୍ତ୍ର ସରକାର ତିଆରି କରାଯାଇଥିଲା, କିନ୍ତୁ ବ୍ରିଟିସ୍‌ ରାଜବଂଶ ସହ ଚୁକ୍ତି ଅନୁସାରେ, ଏଠାରେ ରାଜା କିଙ୍ଗ ଚାର୍ଲ୍ସ ରହିଛନ୍ତି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗଣତନ୍ତ୍ର ରାଷ୍ଟ୍ର ହୋଇପାରିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.