ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବିଜେଡିରେ ଥମୁନି ବିବାଦ: ହୋଟେଲରେ ୭ ପୂର୍ବତନ ବିଧାୟକ ଏକାଠିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

ଭୁବନେଶ୍ୱର,୨୨/୧୦:  ବିଜେଡିରେ ଥମୁନି ବିବାଦ । କେବେ  ବୟାନ ବାଜି, ପୁଣି କେବେ ମେଳି ।  ଏଥର ନିର୍ବାଚନ ହାରିଥିବା ବିଜେଡିର ୭ ଜଣ ପୂର୍ବତନ ବିଧାୟକ ଏକ  ହୋଟେଲରେ ଏକାଠି ହେବା ଖବର ଏବେ  ଜୋରରେ ଚର୍ଚ୍ଚାକୁ ଆସିଛି । ସେହିପରି  ଭୁବନେଶ୍ୱରରେ ଚାଲିଥିବା ବିଜେଡି କନ୍ଦଳ  ଭିତରେ ଏକାମ୍ର ଓ ମଧ୍ୟ ଭୁବନେଶ୍ୱର  ନିର୍ବାଚନମଣ୍ଡଳୀର ପ୍ରାୟ ୨୫ରୁ ଅଧିକ  କର୍ପୋରେଟର ଲକ୍ଷ୍ମୀସାଗରର ଏକ  ମନ୍ଦିରରେ ଏକାଠି ହେବାକୁ ନେଇ  ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳିଛି ।  ଏଭଳି ଘଟଣା ବିଜେଡି ରାଜନୀତିକୁ  ଆହୁରି ହଲଚଲ୍‌ କରି ଦେଇଛି । 

ତାଜା ଚର୍ଚ୍ଚା ଅନୁସାରେ,  ଭୁବନେଶ୍ୱରର ଏକ ହୋଟେଲରେ ୭  ଜଣ ପୂର୍ବତନ ଟାଣୁଆ ବିଧାୟକ ଏକାଠି  ହୋଇଥିଲେ । ଏହାର ଏକ ଫଟୋ ବି ଭାଇରାଲ୍‌ ହୋଇଛି । ଏଥିରେ ପୂର୍ବତନ  ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ରୁଦ୍ର  ମହାରଥୀ, ଚନ୍ଦ୍ରସାରଥୀ ବେହେରା,  ଦେବେଶ ଆଚାର୍ଯ୍ୟ, ପ୍ରଣବ ବଳବନ୍ତରାୟ,  ଅଂଶୁମାନ ମହାନ୍ତି ଓ ସମ୍ବିତ ରାଉତରାୟ ।  ନିର୍ବାଚନରେ ପରାଜିତ ହୋଇଥିବା ଏହି  ନେତାମାନେ ଏକାଠି ହେବା ପଛରେ  କି ରହସ୍ୟ, ତାହାକୁ ନେଇ ବିଭିନ୍ନ  ମହଲରେ ଚର୍ଚ୍ଚା ହେଉଛି । ସାମାନ୍ୟ  ଗପସପ ପାଇଁ ସେମାନେ ଏକାଠି  ହୋଇଥିଲେ ନା ଏହା ପଛରେ କିଛି ଅଲଗା  ରାଜନୀତି ରହିଛି, ତାହା ଜଣାପଡ଼ିନି ।  ଆଉ ଏକ ଘଟଣା ଘଟିଛି  ଭୁବନେଶ୍ୱରରେ । ଭୁବନେଶ୍ୱର ବିଜେଡି  ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ,  ଟଣାଓଟରା ଥମିବାର ନାଁ ଧରୁନି ।  

ସୂତ୍ର ଅନୁସାରେ, ମଧ୍ୟ ଓ ଏକାମ୍ର  ନିର୍ବାଚନମଣ୍ଡଳୀର ପ୍ରାୟ ୨୫ରୁ ଅଧିକ  କର୍ପୋରେଟର ଲକ୍ଷ୍ମୀସାଗରର ଏକ  ମନ୍ଦିରରେ ଏକାଠି ହୋଇଥିବା ଶୁଣିବାକୁ  ମିଳିଛି । କାହିଁକି ସେମାନେ ଏକାଠି  ହୋଇଥିଲେ, ସେ ନେଇ ବାହାରେ କେହି  ମୁହଁ ଖୋଲି ନାହାନ୍ତି । ଚର୍ଚ୍ଚା ଶୁଣିବାକୁ  ମିଳୁଛି, ବୈଠକରେ ଭୁବନେଶ୍ୱର ବିଜେଡି  କନ୍ଦଳକୁ ନେଇ ବେଶ୍‌ ଲମ୍ବା ଆଲୋଚନା  ହୋଇଥିଲା । କିଛି ନିର୍ଦ୍ଦିଷ୍ଟ ଦାବି ପୂରଣ ହୋଇ ନଥିବାରୁ କେତେକ କର୍ପୋରେଟର  ମିଳିତ ଇସ୍ତଫା ଦେବାକୁ ମତ ରଖିଥିବା  ଚର୍ଚ୍ଚା ହେଉଛି । ମାତ୍ର ଉପସ୍ଥିତ ବହୁ କର୍ପୋରେଟର ଏଭଳି ପ୍ରସ୍ତାବରେ  ରାଜି ହୋଇନଥିଲେ । ବିଏମ୍‌ସିରେ  ବିଜେଡି ନେତୃତ୍ୱଙ୍କୁ ଚାଲେଞ୍ଜ ଦେବା  ନେଇ ବି କିଛି କର୍ପୋରେଟର କୁଆଡ଼େ  ମତ ଦେଇଥିଲେ । ଏହାକୁ ନେଇ  ମଧ୍ୟ ସହମତି ପ୍ରକାଶ ପାଇନଥିବା  କୁହାଯାଉଛି । ତେବେ ଅଧିକାଂଶ  କର୍ପୋରେଟର ଏ ପ୍ରସଙ୍ଗରେ ମୁହଁ ଚୁପ୍‌  ରଖୁଥିବା ବେଳେ କେତେକଙ୍କ ମୋବାଇଲ୍‌  ଆଜି ସନ୍ଧ୍ୟାରେ ସୁଇଚ୍‌ ଅଫ ଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.