ପ୍ରମୂଖ ଖବର
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସ୍ମାର୍ଟ ଜନପଥରେ ଉପୁଡ଼ି ପଡ଼ିଲା ବାଉଁଶ ବାଡ଼, ଦୁର୍ଗାପୂଜା ଭସାଣି ସମୟରେ ଲୋକେ ଭାଙ୍ଗିଦେଲେ ବାଡ଼

ଭୁବନେଶ୍ୱର,୨୨/୧୦: ସ୍ମାର୍ଟ ଜନପଥରେ ଲାଗିଥିବା ବାଉଁଶ ବ୍ୟାରିକେଡ ଉପୁଡି ପଡିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ବାଉଁଶ ମାତ୍ର ୩ ବର୍ଷ ଭିତରେ ନଷ୍ଟ ହୋଇଛି । ସତ୍ୟନଗର  ପାଖରେ ଏହି ବାଉଁଶବାଡ ଉପୁଡି ପଡିଛି । ଭୁବନେଶ୍ୱର ଇକୋ ଫ୍ରୋଣ୍ଡଲି କରିବା ପାଇଁ ସ୍ମାର୍ଟ ଜନପଥରେ ବାଣୀବିହାରରୁ ଶିଶୁଭବନ  ଛକ ପର୍ଯ୍ୟନ୍ତ ବାଉଁଶବାଡ ଲଗାଯାଇଥିଲା ।  ଏହାର ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ମାତ୍ର କିଛି ଦିନ ଭିତରେ ଏହି ବାଡ ଭାଙ୍ଗିଗଲାଣି । ଫଳରେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା  କଥା, ବାଉଁଶ ବାଡ଼ ଦୁର୍ବଳ ହୋଇଯାଇଛି ସତ ।  କିନ୍ତୁ ଦୁର୍ଗାପୂଜା ଭସାଣି ସମୟରେ ଲୋକେ ବାଡ଼ ଭାଙ୍ଗିଥିବା ନେଇ ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.