ପ୍ରମୂଖ ଖବର
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସତ ହେଲା ଖଡିରତ୍ନ ପଞ୍ଜିକାର ଭବିଷ୍ୟବାଣୀ, ଅକ୍ଟୋବରରେ ବାତ୍ୟା ନେଇ କରିଥିଲା ଆକଳନ

ଭୁବନେଶ୍ଵର, ୨୨/୧୦ : ସତ ହେଲା ଆକଳନ । ପଞ୍ଜିକା ଦିଆଯାଇଥିବା ଭବିଷ୍ୟବାଣୀ ଏବେ ସତ ହେବାକୁ ଯାଉଛି । ଅକ୍ଟୋବର ମାସରେ ବାତ୍ୟା ଥିବାର ଗଣନା କରିଥିବା ଜଗନ୍ନାଥ ଖଡିରତ୍ନର ପଞ୍ଜିକା କଥା ସତ ହୋଇଛି । ଉମକାନ୍ତ ଖଡିରତ୍ନଙ୍କ ଲିଖିତ ଖଡିରତ୍ନ ପଞ୍ଜିକାର ୧୯୬ ପୃଷ୍ଠାରେ ଅକ୍ଟୋବର ମାସରେ ବାତ୍ୟା ନେଇ ପୂର୍ବନୁମାନ କରାଯାଇଥିଲା । 

ପଞ୍ଜିକା ବାତ୍ୟା ନେଇ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରାଯାଇଥିଲା । ଅକ୍ଟୋବର ୧୭ରୁ ୨୩ ତାରିଖ ମଧ୍ୟରେ , ଅକ୍ଟୋବର ୨୬ରୁ ୩୦ ମଧ୍ୟରେ , ନଭେମ୍ବର ୫ରୁ ୯ ମଧ୍ୟରେ , ନଭେମ୍ବର ୧୧ରୁ ୧୫ ମଧ୍ୟରେ ବାୟୁମଣ୍ଡଳରେ ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ନଷ୍ଟ ହେବ ବୋଲି ଉଲ୍ଲେଖ ରହିଛି । 

ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ବନ୍ୟା ବିତ୍ପାତରେ ଧନଜୀବନ ପ୍ରଭାବିତ ହେବ । ମୁଖ୍ୟତଃ ଗ୍ରହଣମାନଙ୍କର ଏପରି ଅବସ୍ଥିତି ଯୋଗୁଁ ରାଜ୍ୟର ଉପକୂଳ ଜିଲ୍ଲା ଯେପରି, ପୁରୀ, କଟକ, ଗଞ୍ଜାମ ( ଗୋପାଳପୁର), ଯାଜପୁର, ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନ ପ୍ରବାହିତ ହେବାର ପୂର୍ବନୁମାନ କରାଯାଇଛି । ତେବେ ଏହି ବାତ୍ୟା ପରେ ପ୍ରବଳ ଶୀତ ଅନୁଭୂତ ହେବ ।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ। ପରେ ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.