ଭୁବନେଶ୍ଵର, ୨୨/୧୦ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସ୍ଵାସ୍ଥ୍ୟ ବିଭାଗ ସଜାଗ। ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ୨୪ ଘଣ୍ଟିଆ ପାୱାର ବ୍ୟାକ୍ ଅପ୍ ରଖିବାକୁ କୁହାଯାଇଛି।
ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟିମ୍ ପଠାଯାଇ ସେବା ଦିଆଯିବ। ରାଜ୍ୟ ଏବଂ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରାଯାଉଛି। ସୋମବାର ଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି।