ପ୍ରମୂଖ ଖବର
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ମାଡ଼ି ଆସୁଛି 'ଦାନା' : ସବୁ ବନ୍ଦରକୁ ୧ ନମ୍ଵର ବିପଦ ସଙ୍କେତ ଜାରି

ଭୁବନେଶ୍ଵର, ୨୨/୧୦ : ମାଡ଼ି ଆସୁଛି 'ଦାନା'। ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ଅବପାତ। ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ବନ୍ଦରକୁ ୧ ନମ୍ଵର ବିପଦ ସଙ୍କେତ ଜାରି ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ୨୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୭ ଜିଲ୍ଲାକୁ ରେଡ୍ ଓ ୧୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରୁ ପାଗ ବଦଳିବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଓ କଟକରେ ଅତି ପ୍ରବଳ ବର୍ଷା ହେବ। 

ପ୍ରକାଶ ଥାଉକି, ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାରେ ପରିଣତ ହେବ। ୨୪ ସକାଳେ ଭୀଷଣ ବାତ୍ୟାରେ ପରିଣତ ହେବ। ୨୪ ରାତି ୨୫ ତାରିଖ ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ପବନର ବେଗ ୧୦୦ ରୁ ୧୧୦ ମଧ୍ୟରେ ରହିବ। ସେହିପରି ଝଟକା ପବନର ବେଗ ସର୍ବାଧିକ ୧୨୦ ରହିବ। 

ଏହା ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଧୀରେଧୀରେ ସ୍ଥଳଭାଗ ମୁହାଁ ହେଉଛି। ସେହିପରି ଏହା ପଶ୍ଚିମବଙ୍ଗର ସାଗର ଦ୍ଵୀପ ଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି। ସେପଟେ ବାଂଲାଦେଶ କ୍ଷେପପୁର ଠାରୁ ୭୪୦ କିମି ଦୂରରେ ରହିଛି। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଧୀରେଧୀରେ ଗତି କରିବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.