ପ୍ରମୂଖ ଖବର
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଭଦ୍ରକରେ ୧୦୫ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, ୨୪ ଘଣ୍ଟିଆ ବିଜୁଳି ସଂଯୋଗ ପାଇଁ ଜେନେରେଟର ବ୍ୟବସ୍ଥା

ଭଦ୍ରକ, ୨୨/୧୦ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଜିଲ୍ଲାର ୧୦୫ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରି ଏଠାରେ ଥଇଥାନ କରାଯିବ। ସେହିପରି ପଞ୍ଚାୟତ ଗୁଡ଼ିକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୁ ଯାଇଥିବା ୯୧୧ଟି ମାଛଧରା ବୋଟ୍ ଗୁଡ଼ିକ ଫେରି ଆସିଛନ୍ତି। ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ ନେଇ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

ବନ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ସଫେଇ କରାଯାଇଛି । ପାଇଖାନା ସହ ପାନୀୟ ଜଳ ବ୍ୟବସ୍ଥା ହୋଇଛି । ଏହି ବନ୍ୟା ଆଶ୍ରୟ ସ୍ଥଳରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କୁ ଥଇଥାନ କରାଯାଇପାରିବ । ୨୪ ଘଣ୍ଟିଆ ବିଜୁଳି ସଂଯୋଗ ପାଇଁ ଜେନେରେଟରର ବ୍ୟବସ୍ଥା ମଧ୍ୟ କରାଯାଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.