ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସନ୍ଧ୍ୟାରେ ଜରୁରୀ ବୈଠକ ଡାକିଲେ ଭଦ୍ରକ ଜିଲ୍ଲାପାଳ, ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ହେବ ଆଲୋଚନା

ଭଦ୍ରକ, ୨୧/୧୦ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସୋମବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବସିବ। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାନୁଯାୟୀ, ବାତ୍ୟା ମୁକାବିଲା ନେଇ ଗତକାଲି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଡିଓ ଓ ତହସିଲଦାରମାନେ ବାତ୍ୟା ଆଶ୍ରୟସ୍ଥଳ ଗୁଡିକର ବାସ୍ତବ ସ୍ଥିତି ଦେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ସେମାନେ ଜିଲ୍ଲାର ୭ଟି ବ୍ଲକରେ ଥିବା ୧୦୭ଟି ବାତ୍ୟା ଆଶ୍ରୟସ୍ଥଳ ଆଜି ଦେଖି ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ।

ଅପର ପକ୍ଷରେ ମତ୍ସ୍ୟଜୀବୀମାନେ ଆଜି ଦିନ ୨ଟା ସୁଦ୍ଧା ସମୁଦ୍ର ଭିତରୁ ଉପକୂଳକୁ ଫେରିଆସିବାକୁ କୁହାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ଆଗୁଆ ଡାକ୍ତରଖାନାରେ ଭର୍ତି କରିବା ପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍କୁଲ, ପଞ୍ଚାୟତ ଗୃହ ଆଦିକୁ ପ୍ରସ୍ତୁତ ରଖାଯାଇଛି । ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ଟାୱାର ଲାଇଟ ସହ ସମସ୍ତ ଆନୁଷଙ୍ଗିକ ସୁବିଧା ଗୁଡ଼ିକୁ ପ୍ରସ୍ତୁତି କରାଯିବ ବୋଲି ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.