ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ଚଢାଉ

କେନ୍ଦୁଝର ୨୨/୧୦: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ। ଏକାକାଳୀନ ୧୦ଟି ସ୍ଥାନରେ ଚଢାଉ କଲା ଭିଜିଲାନ୍ସ । କେନ୍ଦୁଝର ବାସଭବନ ଓ ସରକାରୀ ଅଫିସରେ ଚଢାଉ। 

ସୂଚନା ଅନୁଯାୟୀ, ବୈତରଣୀ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ। କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସୁଥିଲା । ଶେଷରେ ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି । ବର୍ତ୍ତମାନ ଯାଏ ୩୬ଟି ଜାଗା, ୩ଟି ଫ୍ଲାଟ୍‌ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏଥି ସହ କେନ୍ଦୁଝର ଅଫିସ , ସରକାରୀ ବାସଭବନ , ଯାଜପୁରର କୋରେଇ ଓ ବ୍ୟାସନଗର , ଭୂବନେଶ୍ଵର , କଟକ ଓ ପୁରିର ୧୦ଟି ଜାଗାରେ ଏକ କାଳିନ ଚଢାଉ ଚାଲିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.