ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ପ୍ରଶାସନର ନିର୍ଦ୍ଦେଶକୁ ମାନି ସମୁଦ୍ରରୁ ଫେରିଲେ ମତ୍ସ୍ୟଜୀବୀ...

ଗଞ୍ଜାମ୨୧/୧୦: ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ବୈଠକରେ ସମସ୍ତ ବିଡ଼ିଓ, ତହସିଲଦାର ଓ ମେଡିକାଲ ଅଧିକାରୀଙ୍କୁ ନେଇ ଆଲୋଚନା ହୋଇଛି । ବାତ୍ୟାର ଯେକୌଣସି ପରିସ୍ଥିତିକୁ ପ୍ରଶାସନ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଗତ ତିତିଲି ବାତ୍ୟା ସମୟରେ  ପାହାଡିଆ ଅଂଚଳରେ ହୋଇଥିବା ଭୂସ୍ଖଳନକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି l ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖା ଯାଇଛି । ତଳିଆ ଅଞ୍ଚଳ ପ୍ରତି ଦୃଷ୍ଟି ଦିଆଯାଇଛି । ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଏଥି ସହ ୨୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ପ୍ରବେଶ କରିବାକୁ ବାରଣ କରା ଯାଇଛି । ଯେଉଁ ମାନେ ସମୁଦ୍ର ଭିତରକୁ ଯାଇଛନ୍ତି ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ନିର୍ଦ୍ଦେଶ ଅନୁସାରେ ମତ୍ସଜୀବୀ ମାନେ ଆଜି ସମୁଦ୍ରରୁ ଫେରି ଆସିଥିବା ବେଳେ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବୁ ନାହିଁ ବୋଲି କହିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.